Death: ରାଜଧାନୀରେ ଚାଞ୍ଚଲ୍ୟ: ତ୍ରିକୋଣୀୟ ପ୍ରେମ ପାଇଁ ଝୁଲିପଡ଼ିଲେ ନର୍ସ

2 weeks ago 10
ARTICLE AD BOX

ଚନ୍ଦ୍ରଶେଖରପୁର: ରାଜଧାନୀ ଭୁବନେଶ୍ୱରରେ ଜଣେ ଷ୍ଟାଫ୍ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ। ତ୍ରିକୋଣୀୟ ପ୍ରେମକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଅଞ୍ଚଳର ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ଘଟଣା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

ସୂଚନା ଅନୁସାରେ, ମୃତ ଯୁବତୀ ଜଣେ  ଷ୍ଟାଫ୍ ନର୍ସ ଭାବେ ପଟିଆରେ ଥିବା ଏକ ବେସରକାରୀହସ୍ପିଟାଲରେ କାର୍ଯ୍ୟରତ ଥିଲେ ଏବଂ ଡମଣା ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲେ । ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କ ମଧ୍ୟରୁ ଜଣେ ମୃତ ନର୍ସଙ୍କ ପୂର୍ବତନ ପ୍ରେମିକ ବୋଲି ସୂଚନା ମିଳିଛି ।

ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି

ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ପୂର୍ବତନ ପ୍ରେମିକ ତାଙ୍କୁ ବ୍ଲାକମେଲ୍ କରୁଥିଲେ, ଯାହା ଫଳରେ ସେ ମାନସିକ ଚାପରେ ରହୁଥିଲେ। ତେବେ ମୃତ୍ୟୁର ପ୍ରକୃତ କାରଣ ଆତ୍ମହତ୍ୟା କି ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ମୋବାଇଲ୍ ଫୋନ୍, ଡିଜିଟାଲ୍ ପ୍ରମାଣ ଏବଂ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରାଯାଉଛି। ପୁଲିସ କହିଛି, ପୋଷ୍ଟମର୍ଟମ ରିପୋର୍ଟ, ଫରେନସିକ୍ ତଥ୍ୟ ଏବଂ ତଦନ୍ତରୁ ମିଳୁଥିବା ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ। ବର୍ତ୍ତମାନ ତଦନ୍ତ ଜାରି ରହିଛି ।

Jagannath Temple: ବନକଲାଗି ବେଳେ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, କମାଣ୍ଡରଙ୍କୁ ଆକ୍ରମଣ କଲେ ଦତ୍ତ ମହାପାତ୍ର ସେବକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.