Death: ବିଲରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଲା, ଚାଲିଗଲା ଚାଷୀଙ୍କ ଜୀବନ

2 weeks ago 9
ARTICLE AD BOX

ଚିପିଲିମା: ସମ୍ୱଲପୁରଜିଲ୍ଲା ଅନ୍ତର୍ଗତ ଧନକଉଡ଼ା ବ୍ଲକ ବସନ୍ତପୁର ପଞ୍ଚାୟତ ଅଧୀନସ୍ଥ ରୁପାପାଲି ଗ୍ରାମର ବାସୁଦେବ ମେହେର (୫୮) ନିଜ ବିଲରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ତାଙ୍କ ଦେହରେ ଛିଣ୍ଡି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

Death: ରାଜଧାନୀରେ ଚାଞ୍ଚଲ୍ୟ: ତ୍ରିକୋଣୀୟ ପ୍ରେମ ପାଇଁ ଝୁଲିପଡ଼ିଲେ ନର୍ସ

ସୂଚନା ଅନୁସାରେ, ସକାଳ ପ୍ରାୟ ୯ଟା ସମୟରେ ସେ ନିଜ ଧାନ ଚାଷ ଦେଖିବା ପାଇଁ ବିଲକୁ ଯାଇଥିଲେ । ତେବେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ବିଲରେ ପଡ଼ିଥିଲେ ମଧ୍ୟ ସେ ସେଥିପ୍ରତି ଅବଗତ ନଥିଲେ ।

ଘଟଣାସ୍ଥଳରେ ମୃତ୍ୟୁ

ଅଜାଣତରେ ଛିଣ୍ଡା ତାର ସଂସ୍ପର୍ଶରେ ଆସିବାରୁ ସେ ଗୁରୁତର ଭାବେ ବିଦ୍ୟୁତ ଆଘାତ ପାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଧାଇଁ ଆସିଥିଲେ। ତେବେ ସେମାନଙ୍କ ଅଭିଯୋଗ ଯେ, ଘଟଣା ପରେ ମଧ୍ୟ ବିଦ୍ୟୁତ ବିତରଣ ସଂସ୍ଥା TPWODLର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଛିଣ୍ଡା ବିଦ୍ୟୁତ ତାରର ସମୟୋପଯୋଗୀ ମରାମତି ଏବଂ ନିୟମିତ ଯାଞ୍ଚରେ ଅବହେଳା ହିଁ ଏହି ମୃତ୍ୟୁର କାରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ବିଦ୍ୟୁତ ବିଭାଗର ଭୂମିକା ମଧ୍ୟ ତଦନ୍ତ ପରିସରକୁ ଆସିପାରେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.