Death: ପୋଲକୁ ପିଟିଲା ସ୍କୁଟି: ଘଟଣା ସ୍ଥଳରେ ଦୁଇ ମୃତ

10 hours ago 2
ARTICLE AD BOX

ଶାମାଖୁଣ୍ଟା: ଗତକାଲି ବିଳମ୍ବିତ ରାତ୍ରିରେ ଉଦଳା-ବାରିପଦା ରାଜ୍ୟ ରାଜପଥ ପୋଡ଼ାଅସ୍ତିଆ ଠାରେ ବୁଢ଼ାବଳଙ୍ଗ ନଦୀରେ ନିର୍ମିତ ନୂତନ ପୋଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। 

Sex Racket: ସିଭିଲଟାଉନସିପରେ ସେକ୍ସ ରାକେଟ ଠାବ, ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକ ଅଟକ

ଏକ ସ୍କୁଟିରେ ବସିଥିବା ଦୁଇ ଯୁବକ ଜୋରରେ ଆସି ପୋଲର ସାଇଡଗାର୍ଡକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଧକ୍କା ଏତେ ଜୋରରେ ହୋଇଥିଲା ଯେ ଜଣେ ଯୁବକ ପୋଲ ଉପରେ ପଡିଥିବା ବେଳେ ଅନ୍ୟଜଣେ ଯୁବକ କୋଡିଏଫୁଟ ତଳ ବୁଢ଼ାବଳଙ୍ଗ ନଦୀ ପାର୍ଶ୍ୱକୁ ଖସି ପଡ଼ିଥିଲା। ମୃତକଙ୍କ ମଧ୍ୟରୁ ଜଣେ ହେଲେ ବଡ଼ସାହି ଥାନା ଅଧିନ ନାଉପାଳ ଅଞ୍ଚଳର ବିଦ୍ୟାଧର ନାଏକଙ୍କ ପୁଅ ସରୋଜ କୁମାର ନାଏକ (୨୭) ଓ ଅନ୍ୟଜଣେ ରାସଗୋବିନ୍ଦପୁର ଅଞ୍ଚଳର ଧୀରେନ୍ଦ୍ର ପାତ୍ର।

ହମ୍ପସ ନିର୍ମାଣ ଜରୁରୀ

ଉଭୟେ ବାରିପଦା ସହର ଷ୍ଟେସନବଜାର ସ୍ଥିତ ରିଲାଏନ୍ସ ଟ୍ରେଣ୍ଡରେ କାର୍ଯ୍ୟ କରନ୍ତି। ଘଟଣା ସ୍ଥଳରେ ବାରିପଦା ଟାଉନ ଥାନା ପୁଲିସ ପହଞ୍ଚି ଉଭୟଙ୍କ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ଆଣିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୋଲର ଉଭୟ ପାର୍ଶ୍ଵରେ ହମ୍ପସ ନିର୍ମାଣ ଜରୁରୀ ହୋଇପଡିଛି, ଅନ୍ୟଥା ଏପରି ଦୁର୍ଘଟଣା ପୂର୍ବରୁ ଘଟୁଥିଲା ଓ ଆଗକୁ ମଧ୍ୟ ଘଟୁଥିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.