ARTICLE AD BOX
ପିକଅପ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଉଛନ୍ତି ରାଉରକେଲା ନେତାଜୀ ନଗର ଅଂଚଳର l ଆଜି ସକାଳ ପ୍ରାୟ ସାଢେ ୯ଟାରେ କଲୁଙ୍ଗା କୋକାକୋଲା କାରଖାନା ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା l
killed in road accident Photograph: (sambad.in)ରାଉରକେଲା: ପିକଅପ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଉଛନ୍ତି ରାଉରକେଲା ନେତାଜୀ ନଗର ଅଂଚଳର l ଆଜି ସକାଳ ପ୍ରାୟ ସାଢେ ୯ଟାରେ କଲୁଙ୍ଗା କୋକାକୋଲା କାରଖାନା ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା l ବ୍ରାହ୍ମଣୀ ତରଙ୍ଗ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି l
Rescue Operation: ନଈ ଭିତରୁ ଉଦ୍ଧାର ହେଲେ ୮ ଲୋକଙ୍କ ସହ ଗୃହପାଳିତ ପଶୁ
ଘଟଣାସ୍ଥଳରେ ମୃତ୍ୟୁ
ମୃତ ଯୁବକ ନିକଟସ୍ଥ କାରଖାନାରେ କାମ କରନ୍ତି l ଡ୍ୟୁଟି ସାରି ନିଜ ବାଇକ (ଓଆର ୧୪ କେ - ୫୦୪୧) ରେ ଘରକୁ ଫେରୁଥିଲେ l ପଛରୁ ଦ୍ରୁତ ଗତିରେ ଆସୁଥିବା ପିକଅପ ( ଓଡି ୧୪ ଏଅଫ - ୭୯୩୯) କୋକାକୋଲା କାରଖାନା ନିକଟରେ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 weeks ago
17


