ARTICLE AD BOX
ସୁନ୍ଦରଗଡ଼: ଘୋଘର ନିକଟ ପର୍ଯ୍ୟଟନସ୍ଥଳୀ ଇବ୍ ନଦୀ ଉପତ୍ୟାକା କନାକୁଣ୍ଡରେ ବୁଡ଼ି ନିଖୋଜ ମହିଳାଙ୍କ ମୃତଦେହ ୪୩ ଘଣ୍ଟା ପରେ ସାକୋବାହାଲ ଘାଟରୁ ଉଦ୍ଧାର ହୋଇଛି। ଦୁଇ ଦିନ ଧରି ଝାରସୁଗୁଡ଼ାର ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଓ ପୁଲିସ ଉଦ୍ଧାର ଅଭିଯାନ ଚଳାଇଥିଲେ ମଧ୍ଯ ସଫଳତା ପାଇ ନଥିଲେ। ଆଜି ମତ୍ସ୍ୟଜୀବୀଙ୍କ ନଜରରେ ମୃତଦେହ ପଡ଼ିଥିଲା। ନଦୀକୂଳର ଏକ ବୁଦାମୂଳେ ଶବଟି ଲାଖି ରହିଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ଯାଇ ଶବକୁ ପାଣିରୁ ଉଠାଇ ଆଣିଛନ୍ତି।
ମତ୍ସ୍ୟଜୀବୀ ଦେଖି ସୂଚନା ଦେଲେ
ଉଲ୍ଲେଖଯୋଗ୍ଯ, ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖ ନୂଆପଡ଼ାର ପ୍ରଜ୍ଞାଶ୍ରୀ ପଣ୍ଡା ନିଜ ଭାଇ ରାଜ ଓ ସାମ୍ବାଦିକ ଭଉଣୀ ଇତିଶ୍ରୀ ପୁରୋହିତ ଓ ତାଙ୍କ ସ୍ବାମୀଙ୍କ ସହ ଗୁରୁବାର ଅପରାହ୍ଣ ୨ଟାରେ ଏକ କାର୍ ଯୋଗେ କନାକୁଣ୍ଡ ବୁଲିବାକୁ ଯାଇଥିଲେ। କନାକୁଣ୍ଡରେ ଜଳର ସ୍ରୋତ ପ୍ରଖର ଥିଲା। ସେ ପାଖରେ ଖସଡ଼ା ପଥର ଉପରେ ଛିଡ଼ା ହୋଇ ଫଟୋ ଉଠାଇଥିଲେ। ଏହି ସମୟରେ ସାମ୍ବାଦିକ ଭଉଣୀ ଇତିଶ୍ରୀ ଭିଡିଓ କଲ୍ କରି ବାହାରେ ଥିବା ଅନ୍ଯ ଜଣେ ଭଉଣୀଙ୍କୁ କନାକୁଣ୍ଡ ଦେଖାଉଥିଲେ। ହଠାତ ଭିଡିଓ କଲ୍ ର ଅପରପାର୍ଶ୍ବରେ ଥିବା ଭଉଣୀ ଚିତ୍କାର କରି ଦିଦି ପଡ଼ିଗଲା ବୋଲି କହିବା ପରେ ଇତିଶ୍ରୀ ବୁଲି ପଛକୁ ଚାହିଁଲା ବେଳକୁ ପ୍ରଜ୍ଞାଶ୍ରୀ ପ୍ରଖର ସ୍ରୋତରେ ଭାସି ଯାଇ ବୁଡ଼ି ଯାଇଥିବା ଦେଖିଥିଲେ। ଇତିଶ୍ରୀ ଓ ପରିବାରର ଅନ୍ଯମାନେ ଡାକ ପକାଇବାରୁ ପାଖ ଘୋଘର ଗାଁ କମିଟି ଯୁବକମାନେ ପହଞ୍ଚିଥିଲେ ମଧ୍ଯ ପ୍ରଖର ସୁଅ ଓ ଗଭୀର ଜଳଭଉଁରି ଥିବାରୁ କେହି ପଶି ପାରି ନଥିଲେ। ଶେଷକୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଥିଲେ। ଜଣେ ସମାଜସେବୀ ଓ ସଂଗଠିକା ଭାବେ ଅତି ପରିଚିତା ପ୍ରଜ୍ଞାଶ୍ରୀଙ୍କ ମୃତଦେହ ଉଦ୍ଧାର ଖବର ମିଳିବା ପରେ ସୁନ୍ଦରଗଡ଼ରେ ଶୋକର ଛାୟା ଖେଳିଯାଇଛି।
Attack : ପୁରୀ ଓ ଜଗତସିଂହପୁରରେ ଦୁଇ ଆକ୍ରମଣ: ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଦୁଇ ଯୁବକ ଆହତ

18 minutes ago
1


