Dead: ବେଦବ୍ୟାସ ଘାଟରେ ବୁଡ଼ି ଛାତ୍ର ମୃତ: ତିନି ସାଙ୍ଗ ଗାଧୋଉଥିବାବେଳେ ଅଘଟଣ

3 weeks ago 16
ARTICLE AD BOX

ରାଉରକେଲା/ବେଦବ୍ୟାସ: ବ୍ରାହ୍ମଣୀନଦୀର ବେଦବ୍ୟାସ ମନ୍ଦିର ସମ୍ମୁଖଘାଟରେ ଗାଧୋଉଥିବାବେଳେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବେଦବ୍ୟାସ ସିଂହଟୋଲାର ଶୁଭମ୍‌ ପ୍ରଧାନ (୧୧)। ସେ ପଞ୍ଚମଶ୍ରେଣୀରେ ପଢୁଥିଲେ। ତାଙ୍କ ସହ ଥିବା ଅନ୍ୟ ଦୁଇସାଙ୍ଗ ବର୍ତ୍ତିଯାଇଛନ୍ତି। ବ୍ରାହ୍ମଣୀତରଙ୍ଗ ପୁଲିସ ଛାତ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।

ଆହୁରି ପଢନ୍ତୁ: Orissa HC: ହୋମିଓପାଥିକ ମେଡିକାଲ କଲେଜରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ମସୁଧା, ହାଇକୋର୍ଟଙ୍କ ଜବାବ ତଲବ

ମିଳିଥିବା ସୂଚନା ମୁତାବକ ସିଂହଟୋଲାରେ ରହୁଥିବା ଲାଠିକଟାର ଅଜିତ ପ୍ରଧାନଙ୍କ ପୁଅ ଶୁଭମ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ବେଦବ୍ୟାସ ମନ୍ଦିର ବୁଲିଯିବାକୁ କହି ଘରୁ ବାହାରି ଯାଇଥିଲେ। ତିନି ସାଙ୍ଗ ବେଦବ୍ୟାସ ଘାଟରେ ଗାଧୋଉଥିବା ସମୟରେ ଶୁଭମ୍‌ ବୁଡ଼ିଯାଇ ଭାସିଯାଇଥିଲେ। ଅନ୍ୟ ଦୁଇ ସାଙ୍ଗ ଶୁଭମ୍‌ଙ୍କ ଜୀବନ ବଞ୍ଚାଇବାକୁ ପାଟି କରିଥିଲେ। ସ୍ଥାନୀୟ ଲୋକ ପହଞ୍ଚି ଶୁଭମଙ୍କୁ ଖୋଜାଖୋଜି କରିଥିଲେ। ପ୍ରାୟ ଘଣ୍ଟାଏ ପରେ ବେଦବ୍ୟାସ ଘାଟଠାରୁ ପ୍ରାୟ ଏକ କିମି ଦୂର ନଦୀଟୋଲା ନିକଟରେ ଭାସୁଥିବା ଅବସ୍ଥାରେ ଶୁଭମ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.