ARTICLE AD BOX
ସୋର: ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ଛତ୍ରପୁର ଗ୍ରାମର ଜଣେ ବୃଦ୍ଧାଦୁଇଦିନ ଧରି ନିଖୋଜ ଥିବା ବେଳେ ଆଜି ସକାଳେ ତାଙ୍କର ମୃତଦେହ ଏକ ପରିତ୍ୟକ୍ତ ଗଡ଼ିଆରୁ ଉଦ୍ଧାର କରାଯାଇଛି। ସେ ହେଲେ ଛତ୍ରପୁର ଗ୍ରାମର କୁମ ସାମଲ (୮୬)। ବୃଦ୍ଧା ଜଣଙ୍କ ଗତ ଦୁଇ ଦିନ ତଳେ ନିଖୋଜ ଥିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ। ଏପରିକି ଗତକାଲି ମଧ୍ୟାହ୍ନରେ ସୋର ଅଗ୍ନିଶମ ବିଭାଗ ପକ୍ଷରୁ କୋର୍ଟ ଛକରେ ଥିବା ବଡ଼ପୋଖରୀରେ ତାଙ୍କୁ ଖୋଜାଖୋଜି କରାଯାଇଥିଲା। ତାଙ୍କର କୌଣସି ସନ୍ଧାନ ମିଳିନଥିଲା।
ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ନିଆଯାଇଛି
ଆଜି ସକାଳେ ସ୍ଥାନୀୟ ଲୋକେ ବ୍ଲକ ନିକଟରେ ଥିବା ଏକ ପରିତ୍ୟକ୍ତ ଗଡ଼ିଆରେ ତାଙ୍କ ମୃତଦେହ ଭାସୁଥିବା ଦେଖି ସୋର ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ନେଇଥିବା ଜଣାପଡ଼ିଛି।
Cow Smuggling: ବେଆଇନ ଗୋ ଚାଲାଣ ବେଳେ ଗୋଡ଼େଇ ଗୋଡ଼େଇ ଧରିଲା ପୁଲିସ୍: ୮ ଗୋରୁ ଉଦ୍ଧାର, ଜଣେ ଅଟକ

3 days ago
1


