ARTICLE AD BOX
ବାଲିପାଟଣା: ଗୁରୁବାର ସନ୍ଧ୍ୟାରୁ ଭାର୍ଗବୀ ନଦୀର ବନ୍ୟା ଜଳ ଅଚ୍ୟୁତପୁର କାଜ ଡେଇଁବା ଫଳରେ ଧନୁଆ ନଈରେ ବନ୍ୟା ଆସିଥିଲା। ପ୍ରାୟ ୬ଟି ପଞ୍ଚାୟତର ୧୮ଟି ଗାଁ ଚାରିପଟେ ପାଣି ମାଡ଼ିଗଲା। ବିଲବାଡ଼ିରେ ଅଣ୍ଟାଏ ପାଣି ଜମିରହି ଶହ ଶହ ହେକ୍ଟର ଧାନ ଓ ପନିପରିବା ଫସଲ ଉଜାଡ଼ି ଦେଇଛି। ୨ ଦିନ ହେଲା କାଜରୁ ପାଣି ଗଡ଼ିବା ବନ୍ଦ ହୋଇଛି, ହେଲେ ବିଲବାଡ଼ିରେ ପାଣି ଠିଆ ହୋଇଛି। ପ୍ରଶାସନିକ ସ୍ତରରେ ବନ୍ୟା ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ଦାୟିତ୍ୱ ଦିଆଗଲା। ଲାଇନ୍ ବାବଦରେ ବିଦ୍ୟୁତ ସେକ୍ସନକୁ ଗୁରୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଆଜି ମଧ୍ୟାହ୍ନ ୨ଟାରୁ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ବନ୍ୟାଞ୍ଚଳର ବହୁ ଗାଁ ଅନ୍ଧାରରେ ରହିଛି। ଟିଙ୍କିପଡ଼ା, ଇନ୍ଦୋଳକୁସିଆରୀ, ବେଲମରା, ବିଲସାହି, ଘାଷି ଅନ୍ଧଟି, ଦଳ କଷଟି ଆଦି ଗ୍ରାମବାସୀ ବନ୍ୟାଘେରରେ ରହିଛନ୍ତି। ବନ୍ୟା ପାଣିରେ ସରୀସୃପ, ବିଷାକ୍ତ ପୋକଯୋକଙ୍କ ମାତ୍ରା ବଢ଼ିଯାଇଛି। କିଟିମିଟି ଅନ୍ଧାରରେ ଶିଶୁ, ବୃଦ୍ଧବୃଦ୍ଧା, ରୋଗୀ ସମସ୍ତେ ହାହାକାର ହୋଇଯାଇଥିଲେ। ହାଲ୍କା ବର୍ଷା ପବନ ଓ ବଜ୍ରପାତ ହୋଇଥିଲା।
Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା
ବନ୍ୟାଞ୍ଚଳ ସହ ହଜାର ହଜାର ଉପଭୋକ୍ତା ୩୩ କେଭି ଲାଇନ୍ରେ ବିଭ୍ରାଟ କାରଣରୁ ୮ ଘଣ୍ଟା ଅନ୍ଧାରରେ ରହିଲେ। ରାତି ପ୍ରାୟ ୧୦ଟାରେ ମେନ୍ଲାଇନ୍ କାମ ସାରି ଷ୍ଟ୍ରକ୍ଚର୍କୁ କରେଣ୍ଟ ସଂଯୋଗ ହେଲା। ସେତେବେଳକୁ ଶହ ଶହ ଲୋକେ ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ରୁଣ୍ଡ ହୋଇଥିଲେ। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳର ଉପଭୋକ୍ତା ବିଦ୍ୟୁତ କାର୍ଯ୍ୟାଳୟରେ ହୋହାଲା କରିବାରୁ କୌଣସି ଫିଡର୍ ଲାଇନ ସଂଯୋଗ ହୋଇପାରିଲାନାହିଁ। ସେଥିପାଇଁ କିଛି ସମୟ ଧରି ଉତ୍ତେଜନା ଦେଖାଯାଇଥିଲା। ଅନ୍ୟ ଫିଡର୍ ଲୋକେ କାର୍ଯ୍ୟାଳୟରେ ପହଞ୍ଚି ଲାଇନ୍ ଦେବାକୁ ଅଡ଼ିବସିଥିଲେ। ଶେଷରେ ପୁଲିସ ପହଞ୍ଚିବା ପରେ ବିଭିନ୍ନ ଫିଡର୍ ଚାର୍ଜ କରାଯାଇଛି। ବିଦ୍ୟୁତ ସେକ୍ସନର ଅପାରଗତାକୁ ସାଧାରଣରେ ଦାୟୀ କରାଯାଇଛି। ତୁରନ୍ତ ବିଦ୍ୟୁତ ସେକ୍ସନ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି ଜୋର୍ ଧରିଛି। ବହୁ ସମୟ ବିଦ୍ୟୁତ କାଟ ଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।
Blood donation: ରକ୍ତ ଦେଇ ବନ୍ଧୁତା ଦିବସ ପାଳିଲେ, ୪୧ ୟୁନିଟ୍ ରକ୍ତ ସଂଗୃହୀତ

16 hours ago
1


