ARTICLE AD BOX
ଡାବୁଗାଁ:ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ଜୁନାପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିରିଲା ଗ୍ରାମରେ ଜଣେ ଯୁବକଙ୍କ ପୋଖରୀରେ ବୁଡି ମୃତ୍ୟୁଘଟିଛି। ମୃତ ଯୁବକ ଗିରିଲା ଗ୍ରାମର ରାମଚନ୍ଦ୍ର ଭତରା (୧୯)।
ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ୫ଟା ସମୟରେ ଶୌଚ ପାଇଁ ରାମଚନ୍ଦ୍ର ଗ୍ରାମ ନିକଟ ପୋଖରୀକୁ ଯାଇଥିଲେ । ତେବେ ଗୋଡ ଖସି ଯିବାରୁ ସେ ଗଭୀର ପାଣିରେ ବୁଡି ଯାଇଥିଲା। କିଛି ସମୟ ପରେ ରାମଚନ୍ଦ୍ରଙ୍କ ଦାଦା ସେହି ପୋଖରୀରେ ଶୌଚ ପାଇଁ ଆସିଥିଲେ। ସେ ରାମଚନ୍ଦ୍ର ର ପୋଷାକ ପୋଖରୀ ହୁଡାରେ ଥିବା ଓ ରାମଚନ୍ଦ୍ରଙ୍କ ଦେଖାନଥିବା ଦେଖି ସନ୍ଦେହ କରିଥିଲେ। ତୁରନ୍ତ ପରିବାର ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
/filters:format(webp)/sambad/media/media_files/2026/09/18/drowning-dabugam-2026-09-18-18-32-58.jpeg)
ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀ ମଧ୍ୟରୁ ରାମଚନ୍ଦ୍ରଙ୍କ ଅଚେତନ ଶରୀରକୁ ଉଦ୍ଧାର କରିଥିଲେ। ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆ ଯାଇଥିବା ବେଳେ ଡାକ୍ତର ସେଠାରେ ତାର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଏ ନେଇ ମୃତ ଯୁବକ ର ବାପା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି କେସ ନମ୍ବର ୩୧/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ପୂର୍ବାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଘଟଣାର ତଦନ୍ତ ପୁଲିସ ଏ ଏସ ଆଇ ରାମଚନ୍ଦ୍ର ନାୟକ କରୁଛନ୍ତି । ତେବେ ଚଳିତ ସପ୍ତାହ ମଧ୍ୟରେ ଡାବୁଗାଁ ଥାନା ଅଞ୍ଚଳରେ ପୋଖରୀରେ ବୁଡି ୩ ଜଣଙ୍କ ମୃତ୍ୟୁ ଘଟିଛି।

21 minutes ago
1


