Cyber fraudsters: ସାଇବର ଠକଙ୍କ ଟାର୍ଗେଟ୍‌ରେ ଆୟକରଦାତା: ଅଳ୍ପକେ ବର୍ତ୍ତିଲେ ଓଏଏସ୍‌ ଅଧିକାରୀ, ନକଲି ନୋଟିସ୍ ପଠାଇ ଠକୁଛନ୍ତି

1 hour ago 2
ARTICLE AD BOX

ଭୁବନେଶ୍ବର: ୨୦୨୬-୨୭ ବର୍ଷ ପାଇଁ ବର୍ତ୍ତମାନ ଆୟକର ରିଟର୍ଣ୍ଣସ୍ ଦାଖଲ ଚାଲିଛି। ଏହି ସୁଯୋଗରେ ସାଇବର ଠକ କରଦାତାମାନଙ୍କୁ ସେମାନଙ୍କ ଜାଲରେ ଫସାଇବା ପାଇଁ ନୂଆ ଚାଲ୍ ଆପଣାଇଛନ୍ତି। ଆୟକର ବିଭାଗର ନକଲି ନୋଟିସ୍ ସାଙ୍ଗକୁ ହ୍ବାଟ୍‌ସ୍‌ଆପ୍‌ ଓ ଅନ୍ୟାନ୍ୟ ମେସେଜ୍ ଆପ୍ ଜରିଆରେ ଜିପ୍ ଫାଇଲ୍ ପଠାଉଛନ୍ତି। ପରେ ନକଲି ଦସ୍ତାବିଜ୍ ଓ ଏହାର ପୋର୍ଟାଲ୍‌କୁ କ୍ଲୋନିଂ କରି ମୋବାଇଲ୍‌କୁ ପଠାଉଛନ୍ତି। ଏହି ଫାଇଲ୍‌କୁ ଖୋଲିବା ସାଇବର ଠକ ଲୋକଙ୍କ ମୋବାଇଲ୍‌ରୁ ବ୍ୟାଙ୍କ୍ ତଥ୍ୟ ନେଇଯାଉଛି। ଏହା ପରେ ରିମୋଟ୍ ଆକ୍ସେସ୍‌ ଜରିଆରେ ଉକ୍ତ ଡିଭାଇସ୍‌ର ନିୟନ୍ତ୍ରଣ ନିଜ ଅଧୀନକୁ ନେଇ ଆକାଉଣ୍ଟ୍ ଖାଲି କରିଦେଉଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ କମିସନରେଟ୍ ପୁଲିସ ଏନେଇ ସତର୍କ ସୂଚନା ଜାରି କରିଛି। ସାମାଜିକ ଗଣମାଧ୍ୟମ ଜରିଆରେ ଠକେଇ ବାବଦରେ ସୂଚନା ଦେବା ସହିତ ସଚେତନ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି।

Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା

ମିଳିଥିବା ସୂଚନା ଅନୁସାରେ, ନିକଟରେ ଜଣେ ଓଏଏସ୍‌ ଅଧିକାରୀଙ୍କ ପାଖକୁ ସାଇବର ଠକ ନିଜକୁ ଆସିଷ୍ଟାଣ୍ଟ୍ କମିସନର୍‌ ଅଫ୍ ଇନକମ୍ ଟ୍ୟାକ୍ସର ଅଧିକାରୀ ରାଜ କୁମାର ଶର୍ମା ବୋଲି ପରିଚୟ ଦେଇ ହ୍ବାଟ୍‌ସ୍‌ଆପ୍‌ରେ ମେସେଜ୍ କରିଥିଲା। ନିର୍ଦ୍ଧାରିତ ସମୟ ସୀମାରେ କର ଦାଖଲ କରିବାରେ ବିଫଳ ହୋଇଥିବାରୁ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ଉଲ୍ଲେଖ ରହିଥିଲା। ତେଣୁ ଏହି ମେସେଜ୍ ପାଇବାର ୩ଦିନ ମଧ୍ୟରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଓ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା। ଏପରିକି ଆଇଟି ଆକ୍ଟ୍ ୧୯୬୧ର ସେକ୍ସନ ୨୭୬ସି ଆଧାରରେ ନିୟମ ଅନୁପାଳନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାର୍ତ୍ତା ରହିଥିଲା। ଏଭଳି ମେସେଜ୍ ପାଇବା ପରେ ଓଏଏସ୍‌ ଅଧିକାରୀ ଜଣକ ଦ୍ବନ୍ଦ୍ବରେ ପଡ଼ିଥିଲେ। ଫାଇଲ୍ ଖୋଲିବାରୁ ତାହା ନକଲି ବୋଲି ସନ୍ଦେହ କରି ସେ ସବୁକୁ ଡିଲେଟ୍ କରିବା ସହିତ ସାଇବର ଥାନା ସହ ଯୋଗାଯୋଗ କରିଥିଲେ।

Flood in Bhadrak: ବନ୍ୟାରେ ପାଲଟିଛି ଜଳଭଣ୍ଡାର ଭଦ୍ରକ ଜିଲ୍ଲାର ପରିବା ହବ୍

ସାଇବର ଥାନାର ଏସିପି ସୁଚିସ୍ମିତା ଦାଶ କହିଛନ୍ତି, ଆୟକର ଦାଖଲ ଓ ରିଟର୍ଣ୍ଣକୁ ଆଳ କରି ସାଇବର ଠକ ମାତିଛନ୍ତି। ଏଭଳି ଘଟଣା ନୂଆ ନୁହେଁ, ତଥାପି ପ୍ରାୟ ୩ରୁ ୪ଟି ଅଭିଯୋଗ ସାଇବର ଥାନାକୁ ଆସିଛି। ଅଭିଯୋଗ ନେଇ ଆସିଲେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ଅପରପଟେ ଏଭଳି ମେସେଜ୍‌ ହ୍ବାଟ୍‌ସ୍‌ଆପ୍‌ରେ ଆସିଲେ ଏହାକୁ ଅଣଦେଖା କରିବାକୁ ସେ କହିଛନ୍ତି। କାରଣ ଆୟକର ବିଭାଗ, ହ୍ବାଟସଆପ୍‌ ବା ମେସେଜ୍ ଜରିଆରେ ନୋଟିସ୍ ପଠାଏ ନାହିଁ। ଏଭଳି ମେସେଜ୍ ଆସିଲେ ସତର୍କତାର ସହ ଏହାକୁ ପଢ଼ନ୍ତୁ ଏବଂ ପରେ କୌଣସି ଜିପ୍ ଫାଇଲ୍ ନଖୋଲି ତାକୁ ଡିଲିଟ୍ କରନ୍ତୁ। ଏହା ସହିତ ସାଇବର ଠକର ନମ୍ବର ଓ ମେସେଜ୍‌ର ସ୍କ୍ରିନ୍‌ସଟ୍ ନେଇ ସଞ୍ଚାରସାଥୀ ପୋର୍ଟାଲ୍‌ରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.