Cyber fraud: ଭିନ୍ନ ଏକ ସାଇବର୍‌ ଠକେଇ: ବଲାଙ୍ଗୀରରେ କର୍ଣ୍ଣାଟକ ପୁଲିସର ଖୋଳତାଡ଼

3 weeks ago 13
ARTICLE AD BOX

ବଲାଙ୍ଗୀର: ସାଇବର ଠକେଇର ଚେର ଖୋଜିବାକୁ ଆସି କର୍ଣ୍ଣାଟକ ପୁଲିସ ବଲାଙ୍ଗୀରରେ ଡେରା ପକାଇଛି। ଠକେଇର ଶିକାର ହୋଇଥିବା ଗରିବ ପରିବାର ଅନ୍ତଃରାଜ୍ୟ ସାଇବର୍‌ ନେଟ୍‌ଵର୍କର ସୂତ୍ରଧର ବୋଲି କର୍ଣ୍ଣାଟକ ପୁଲିସଠାରୁ ଜାଣିବା ପରେ ଏବେ ସେମାନଙ୍କ ନିଦ ହଜି ଯାଇଛି। ବଲାଙ୍ଗୀର ଜିଲ୍ଲା ଖର୍ଲିକାନି ଗାଁର ଯୁବକ କ୍ଷୀରୋଦ ଚିରଗୁନ। ସୁବର୍ଣ୍ଣପୁର ଜିଲ୍ଲାର ପଞ୍ଜାବ ଫାଇନାନ୍ସ ନାମକ ଏକ ଘରୋଇ କମ୍ପାନିରେ କିଛି ମାସ କାମ କରିଥିଲେ। କିଛି ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲି ମନରେଗା ଟଙ୍କା ପଡ଼ିବ ବୋଲି କ୍ଷୀରୋଦଙ୍କୁ ଫାଇନାନ୍ସ କମ୍ପାନିର ଶାଖା ପରିଚାଳକ ଭକ୍ତବନ୍ଧୁ ଖୁରା କହିଥିଲେ। ଏଥିସହିତ ଆକାଉଣ୍ଟ ଖୋଲାଇ ଥିଲେ। କ୍ଷୀରୋଦ ନିଜ ଗାଁ ଖର୍ଲିକାନିର କିଛି ଯୁବକଙ୍କ ଆକାଉଣ୍ଟ ଖୋଲିବା ସହ ନିଜ ବାପା, ମା’ଙ୍କ ନାଁରେ ଆକାଉଣ୍ଟ ଖୋଲିଥିଲେ। କିଛି ମାସ ପରେ ସେହି ଫାଇନାନ୍ସ କମ୍ପାନି ବନ୍ଦ ହୋଇ ଯାଇଥିଲା। କ୍ଷୀରୋଦ ଏବେ ଗାଁରେ ବେକାର ବୁଲୁଛନ୍ତି। ଗତ ଦୁଇ ଦିନ ପୂର୍ବେ କର୍ଣ୍ଣାଟକ ପୁଲିସ ବଲାଙ୍ଗୀର ପହଞ୍ଚି ଗୋପନୀୟ ଭାବେ ସ୍ଥାନୀୟ ପୁଲିସ ସହାୟତାରେ ତଦନ୍ତ ଚଳାଇଥିଲା। 

Cyber Fraud: ବନ୍ଦ ବୀମା ପଲିସି ଟଙ୍କା ଲୋଭ ଦେଖାଇ ଲୁଟିଲେ ୨.୧୮ ଲକ୍ଷ

କର୍ଣ୍ଣାଟକ ପୁଲିସ ଟିମ୍‌ କ୍ଷୀରୋଦଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସାଇବର ଠକେଇରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟାର ଖିଅ ଖୋଜିବାକୁ ତାଙ୍କୁ ପଚରାଉଚୁରା କରିଥିଲେ। ତା’ ସହ ସାଇବର ଠକେଇ ସଂପର୍କରେ ‌ତଥ୍ୟ ନେଇଥିଲେ। ପୁଲିସର ଖୋଳତାଡ଼ ‌ନେଇ କ୍ଷୀରୋଦଙ୍କ ନିଦ ହଜିଯାଇଛି। କାରଣ ଫାଇନାନ୍ସ କମ୍ପାନିରେ ମନରେଗା ଟଙ୍କା ପକାଇବା ପାଇଁ ଦାଖଲ ହୋଇଥିବା ଆକାଉଣ୍ଟ ପାସବୁକ୍ ପୂର୍ବତନ ଶାଖା ପରିଚାଳକ ଭକ୍ତବନ୍ଧୁ ନେଇ ପଳାଇଥିବା ବେଳେ ସେ ବର୍ତ୍ତମାନ ଫୋନ୍‌ ଉଠାଉ ନାହାନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ମୂଳବାସିନ୍ଦା ଭକ୍ତବନ୍ଧୁ। କର୍ଣ୍ଣାଟକ ପୁଲିସ ପଚରାଉଚୁରା କରିଥିବା କ୍ଷୀରୋଦଙ୍କ ପରିବାର ଲୋକେ ଛେଳି ଚରାଇ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ତାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଥିବା ସଂପର୍କରେ ସେ ଜାଣିନାହାନ୍ତି। ଏଭଳି ଏକ ଠକେଇ ନେଟ୍‌ଵର୍କରେ ସେ ଫସି ଯାଇଥିବା ତଦନ୍ତକାରୀ ପୁଲିସ ଟିମ୍‌କୁ କହିଥିଲେ। ପୁଲିସ ଅସଲ ଦୋଷୀକୁ ଗିରଫ କରିବାକୁ କ୍ଷୀରୋଦ ଓ ତାଙ୍କ ମା’ ଉମା ଚିରଗୁନ ନିବେଦନ କରିଛନ୍ତି।

Cyber Fraud: ସାଇବର୍ ଅପରାଧୀଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ, ଦୁଇ ଜଣ ଠକେଇର ଶିକାର

ବଲାଙ୍ଗୀର ଜିଲ୍ଲା ସାଇବର୍‌ ପୁଲିସ ବିଭିନ୍ନ ସମୟରେ ସାଇବର ଠକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ହେଲେ ସାଇବର୍‌ ନେଟ୍‌ଵର୍କର ମୂଳ ଅପରାଧୀକୁ ଗିରଫ କରିବାରେ ବିଫଳ ହୋଇଛି ପୁଲିସ। ଫଳସ୍ୱରୂପ ଏବେ ବି ଗାଁର ସାଧାରଣ ଯୁବକ, ଛାତ୍ର, ଗରିବ ଖଟିଖିଆଙ୍କୁ ଟାର୍ଗେଟ୍‌ କରୁଛନ୍ତି ସାଇବର ଅପରାଧୀ। ବଲାଙ୍ଗୀର ପୁଲିସ ବିଭିନ୍ନ ବ୍ୟାଙ୍କରେ ଏକା ସାଙ୍ଗରେ ଖୋଲୁଥିବା ଆକାଉଣ୍ଟ କିମ୍ବା କୌଣସି ଆକାଉଣ୍ଟକୁ ହଠାତ୍ ମୋଟା ଅଙ୍କର ଟଙ୍କା ଜମା ହେଲେ ପୁଲିସକୁ ଖବର ଦେବା ପାଇଁ ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଅଭିଳାଷ ଜୀ ଆହ୍ବାନ ଦେଇଛନ୍ତି। ତଦନ୍ତ ସାରି କର୍ଣ୍ଣାଟକ ପୁଲିସ ଫେରିଯାଇଥିଲେ ହେଁ ସାଇବର୍‌ ଠକେଇ ନେଟ୍‌ଵର୍କର ମୂଳ ନିକଟରେ ପହଞ୍ଚିବାରେ ପୁଲିସ ସଫଳ ହେବ ବୋଲି ଏସ୍‌ପି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.