ARTICLE AD BOX
ପ୍ରୋଭିଡେନ୍ସ:ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆକୁ ନ୍ୟୁଜିଲାଣ୍ଡ ସହଜରେ ୬ ୱିକେଟ୍ରେ ଜିତି ନେଇଛି। ଫଳରେ ଏହି ୫ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭ୍ରମଣକାରୀ ଦଳ ୨-୧ରେ ଅଗ୍ରଣୀ ନେଇଯାଇଛି। ପ୍ରଥମ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ର ନାଟକୀୟ ଭାବେ ୩୭.୧ ଓଭରରେ ୧୪୦ ରନ୍ରେ ଅଟକି ଯାଇଥିଲା।। ଦ୍ବିତୀୟ ଦିନିକିଆରେ ଯେପରି ୬୩/୦ ପରେ ୧୩୮ ରନ୍ରେ ଅଲ୍ଆଉଟ୍ ହେବା ଭଳି ଏହି ମ୍ୟାଚ୍ରେ ଏକଦା ୬୭/୧ରେ ଭଲ ସ୍ଥିତିରେ ଥିବା ବେଳେ ୭୩ ରନ୍ରେ ଅବଶିଷ୍ଟ ୱିକେଟ୍ ହରାଇଥିଲା।
୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ
ନ୍ୟୁଜିଲାଣ୍ଡର ବାମହାତୀ ସ୍ପିନର ଜୟଦେନ ଲେନୋକ୍ସ ପୁଣି ଥରେ ନିଜର ଚମତ୍କାରିତା ଦେଖାଇଥିଲେ। ଦ୍ବିତୀୟ ଦିନିକିଆରେ ୫/୧୯ ସଫଳତା ପାଇଥିବା ଲେନୋକ୍ସ ଏହି ମ୍ୟାଚ୍ରେ ୫୨ ରନ୍ରେ ୪ ୱିକେଟ୍ ନେଇଥିଲେ। ମିଚେଲ ସାଣ୍ଟନର (୨/୧୫) ଓ ମାଇକେଲ ବ୍ରେସ୍ୱେଲ୍ (୨/୩୩) ତାଙ୍କୁ ସହଯୋଗ କରିଥିଲେ। କାସି କାର୍ଟିଙ୍କ ୪୭ ରନ୍ ଛଡ଼ା ଅନ୍ୟ କୌଣସି ଇଣ୍ଡିଜ୍ ବ୍ୟାଟର୍ ୩୦ ରନ୍ ଡେଇଁ ପାରି ନଥିଲେ। ଜବାବରେ ୩୪ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ନ୍ୟୁଜିଲାଣ୍ଡ ୮୯ ରନ୍ରେ ଚତୁର୍ଥ ୱିକେଟ୍ ହରାଇଥିଲା। ତେବେ ଟମ୍ ଲାଥମ (୩୧*) ଓ ଡିଅନ୍ ଫକ୍ସକ୍ରଫ୍ଟ (୨୨*) ଅପରାଜିତ ୫୨ ରନ୍ ଯୋଡ଼ିବାରୁ ଦଳ ୬୩ ବଲ୍ ପୂର୍ବରୁ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
World Cup jersey: ପେଲେଙ୍କ ୧୯୫୮ ବିଶ୍ବକପ୍ ଜର୍ସି ୪୭ କୋଟି ଟଙ୍କାରେ ବିକ୍ରି

2 weeks ago
9


