ARTICLE AD BOX
ନୀଳଗିରି: ଗୋରୁ ଚୋରାଚାଲାଣ ବେଳେ ମାଡ଼ିବସିଲା ପୁଲିସ। ଟାଟା ଏସିରେ ହେଉଥିଲା ଗୋ ଚୋରାଚାଲାଣ। ୮ ଗୋରୁଉଦ୍ଧାର ହୋଇଥିବା ବେଳେ ଟାଟା ଏସି ଜବତ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ। ବରହମପୁର ଥାନା ଅଧୀନ ଆରବନ୍ଧ ରାସ୍ତାରେ ଜବତ ହୋଇଛି ଗାଡ଼ି।
ବଜରଙ୍ଗ ଦଳ କର୍ମୀ ଓ ଗୋ ରକ୍ଷକମାନେ ପୁଲିସକୁ ଖବର ଦେଇଥିଲେ
ସୂଚନା ମୁତାବକ ବେଆଇନ ଭାବରେ କିଛି ଗୋ ମାଫିଆ ଏକ ଟାଟା ଏସିରେ ଗୋ ଚୋରା ଚାଲାଣ କରି ବରହମପୁରରୁ ଆରବନ୍ଧ ଅଭିମୁଖେ ଯାଉଥିଲେ। ସ୍ଥାନୀୟ ବଜରଙ୍ଗ ଦଳ କର୍ମୀ ଓ ଗୋ ରକ୍ଷକ ଯୁବକମାନେ ଏ ବାବଦରେ ଖବର ପାଇବା ପରେ ବରହମପୁର ଥାନାର ମିଳିତ ସହଯୋଗରେ ଗୋରୁ ବୋଝେଇ ଗାଡ଼ିଟିକୁ ଆରବନ୍ଧ ରାସ୍ତା ନିକଟରୁ ଧରିଥିଲେ। ୨ ଜଣ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଜଣକୁ ଧରିଛି ବରହମପୁର ପୁଲିସ। ପୁଲିସ ଉକ୍ତ ଗୋରୁ ଗାଡ଼ିକୁ ଗୋଡ଼େଇ ଗୋଡ଼େଇ ଧରିବାକୁ ନୟାନ୍ତ ହୋଇଥିଲା। ପ୍ରାୟ ୨ ଘଣ୍ଟା ଗାଡ଼ିକୁ ଗୋଡ଼େଇ ପରେ ଗାଡ଼ିକୁ କାବୁ କରିଥିଲା ବରହମପୁର ପୁଲିସ । ୮ ଗୋରୁଙ୍କୁ ଉଦ୍ଧାର କରାଯିବା ସହ ତଦନ୍ତ ଜାରି ରହିଛି।
Flood In Odisha: ତେଲ, ଉତେଇ ନଦୀରେ ବନ୍ୟା, ଶତାଧିକ ଏକର ଚାଷଜମି ଜଳମଗ୍ନ

3 days ago
1


