Cops Resort To Lathi-Charge: ଜେପି ‘ସଂସଦ ଚଲୋ’ ଆନ୍ଦୋଳନରେ ପୁଲିସ ବଳପ୍ରୟୋଗ ମାମଲା: ସିସିଟିଭି ଓ ଭିଡିଓ ସୁରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

1 week ago 6
ARTICLE AD BOX

ନୂଆଦିଲ୍ଲୀ: ''କୋକରୋଚ୍ ଜନତା ପାର୍ଟି'' (ସିଜେପି) ର ‘ସଂସଦ ଚଲୋ’ ଶୋଭାଯାତ୍ରା ସମୟରେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ବଳପ୍ରୟୋଗ ଓ ବର୍ବରତା ଅଭିଯୋଗ ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳର ସମସ୍ତ ସିସିଟିଭି ଫୁଟେଜ୍, ଭିଡିଓଗ୍ରାଫି ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ପ୍ରମାଣକୁ ତୁରନ୍ତ ସୁରକ୍ଷିତ ରଖିବା ପାଇଁ ପ୍ରଧାନ ବିଚାରପତି ଡି.କେ. ଉପାଧ୍ୟାୟ ଓ ଜଷ୍ଟିସ ତେଜସ କାରିଆଙ୍କ ବେଞ୍ଚ ଦିଲ୍ଲୀ ପୋଲିସ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଏସଆଇଟି ତଦନ୍ତ, ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କରି ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୧ ତାରିଖରେ ହେବ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀମାନେ ଅଦାଲତରେ ଦର୍ଶାଇଥିଲେ ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ନିରସ୍ତ୍ର ଛାତ୍ର, ମହିଳା ଓ ଅଭିଭାବକଙ୍କ ଉପରେ ପୋଲିସ ବିନା ସୂଚନାରେ ଅତ୍ୟାଚାର, ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି, ଯେଉଁଥିରେ ୯୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

 ବିହାରରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ, ଅନେକ ଆହତ

ଅପରପକ୍ଷରେ, ସରକାରଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଆଇନଜୀବୀମାନେ କୋର୍ଟରେ ଆବେଦନକୁ ବିରୋଧ କରିଥିଲେ। ଆନ୍ଦୋଳନକାରୀମାନେ ଉଗ୍ର ହୋଇ ପୋଲିସ ଉପରକୁ ପଥରମାଡ଼ କରିଥିବା ଏବଂ ଏଥିରେ ପୋଲିସ କର୍ମଚାରୀମାନେ ଆହତ ହୋଇଥିବା ସେମାନେ ଦାବି କରିଥିଲେ। ତେବେ ଏହି ଘଟଣାକୁ ଏକ ବ୍ୟକ୍ତିଗତ ବା ସାଧାରଣ ବିବାଦ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟ ସମସ୍ତ ପ୍ରମାଣ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.