Punjab Kings: ଅର୍ଶଦୀପଙ୍କ ବଦଳରେ ହାର୍ଦିକଙ୍କୁ ନେଇପାରେ ପଞ୍ଜାବ କିଙ୍ଗ୍ସ

51 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଆହତ ଯୋଗୁଁ ଗତ ଆଇପିଏଲ୍‌ ସଂସ୍କରଣଠୁ ପଡ଼ିଆକୁ ଓହ୍ଲାଇ ନଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ପଞ୍ଜାବ କିଙ୍ଗ୍ସ ନେବାକୁ ଆଗ୍ରହ ଦେଖାଇଛି। ମୁମ୍ବାଇ ଇଣ୍ଡିଆନ୍ସକୁ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ୱିକେଟ୍‌କିପର ବ୍ୟାଟର୍‌ ବିଷ୍ଣୁ ବିନୋଦଙ୍କୁ ଦେଇ ହାର୍ଦିକଙ୍କୁ ନେବାକୁ ଚିନ୍ତା କରିଛି ପଞ୍ଜାବ କିଙ୍ଗ୍ସ। ଏହି ଦୁଇ ଫ୍ରାଞ୍ଚାଇଜି ପକ୍ଷରୁ ଏହାକୁ ନେଇ କିଛି ସ୍ପଷ୍ଟ କରି ନଥିଲେ ମଧ୍ୟ ଉଭୟ ଦଳର ଅଧିକାରୀ ଏଥିରେ ରାଜିଥିବା ଜଣାପଡ଼ିଛି।

ଶେଷ ଅବଧି ୧୭ରେ ଆନୁଷ୍ଠାନିକ ଭାବେ ଘୋଷଣା ହୋଇପାରେ

 ଏହି ଅଦଳବଦଳ ଚୁକ୍ତି ଆସନ୍ତା ମାସରେ ହେବାକୁ ୨୦୨୭ ଆଇପିଏଲ୍‌ ନିଲାମ ପୂର୍ବରୁ ହୋଇପାରେ। ଏହି ଦୁଇ ଦଳ ଖେଳାଳି ରିଟେନ୍‌ସନ୍‌ର ଶେଷ ଅବଧି ଚଳିତ ମାସ ୧୭ ତାରିଖ ମଧ୍ୟରେ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରି ପାରନ୍ତି। ୨୦୨୫ ନିଲାମରେ ଅର୍ଶଦୀପଙ୍କୁ ୧୮ କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍ସ ନିଜ ପାଖରେ ରଖିଥିଲା। ହାର୍ଦିକ ୨୦୨୪ ଆଇପିଏଲ୍‌ ପୂର୍ବରୁ ୧୫ କୋଟି ଟଙ୍କାର ଅଦଳବଦଳରେ ଗୁଜରାଟ ଟାଇଟାନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ। ଏହାପରେ ଦଳ ତାଙ୍କୁ ରୋହିତ ଶର୍ମାଙ୍କ ସ୍ଥାନ‌ରେ ନେତୃତ୍ବ ଭାର ଦେଇଥିଲା। ହେଲେ ତାଙ୍କ ନେତୃତ୍ବରେ ଗତ ଦୁଇ ସଂସ୍କରଣରେ ଦଳ ପ୍ଲେ-ଅଫ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲା।

ନେପାଳରେ ବଡ଼ ଦୁର୍ଘଟଣା: ଅବତରଣ ସମୟରେ ୨ ହେଲିକପ୍ଟର ଧକ୍କା, ଭାରତୀୟ ନାଗରିକଙ୍କ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.