ARTICLE AD BOX

ଚଣ୍ଡିଖୋଲ(ଭକ୍ତ ସାହୁ): ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍ଡବ୍ଲୁଏସ୍ଏସ୍) ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ଠିକାଦାର ଚୟନ କରାଯାଇ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା । ହେଲେ ଏହିସବୁ ନିର୍ମାଣ କାର୍ଯ୍ୟର ପ୍ରାପ୍ୟ ମିଳିବାରେ ବହୁ ବିଳମ୍ବ ହେଉଛି। ଏନେଇ ଠିକାଦାର ମାନେ ବହୁବାର କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ସେମାନଙ୍କ ବିଲ୍ ପୈଠ ହେଉନାହିଁ। ଏହାର ପ୍ରତିବାଦରେ ଆଜିଠାରୁ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଆରମ୍ଭ ହୋଇଛି।
Odisha LED Street Light Scam ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି: କେନ୍ଦୁଝର, ନୟଗଡ଼ା ଓ ଯାଜପୁରରୁ ୩ ଠିକାଦାର ଗିରଫ
୬ ଦଫା ଦାବି ନେଇ ଆଜି (ସୋମବାର) ଚଣ୍ଡିଖୋଲ ସ୍ଥିତ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଯାଜପୁର ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଛି।
ଠିକାଦାର ବିଶ୍ୱଜିତ ବିଶ୍ୱାଳ ଓ ସୁଜିତ ମହାରଣାଙ୍କ ନେତୃତ୍ୱରେ ଚାଲିଥିବା ଧାରଣାରେ ସୁକିନ୍ଦା, ବଡ଼ଚଣା,ଧର୍ମଶାଳା, ରସୁଲପୁର, ଯାଜପୁର, ବରୀ, କୋରେଇ ଓ ବିଂଝାରପୁର ଆଦି ବ୍ଲକରେ କାର୍ଯ୍ୟରତ ଠିକାଦାର ବୀରେନ୍ଦ୍ର ମିଶ୍ର, ପ୍ରମୋଦ ସ୍ୱାଇଁ, ପ୍ରଭାତ ମହାନ୍ତି, ପ୍ରଦୀପ୍ତ ଦାସ, ଅଶୋକ ଶତପଥୀ, ରମେଶ ସାହୁ, ବିଶ୍ୱନାଥ ପାଢ଼ୀ, ପରେଶ ସାହୁ,ଶରତ ସାମଲ, ବିପିନ ମହାନ୍ତି ଓ ଜିତେନ୍ଦ୍ର ସାମଲ ପ୍ରମୁଖ ଆଜିର ଧାରଣାରେ ସାମିଲ ହୋଇଥିଲେ ।
Executive Engineer arrested ଠିକାଦାର ଠୁ ୨ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ
ଧାରଣାସ୍ଥଳରେ ଠିକାଦାର ମାନେ ହାତରେ ଦାବି ସମ୍ପର୍କିତ ପ୍ଲାକାର୍ଡ ଧରି ବିଭିନ୍ନ ନାରାବାଜି ଦେଉଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଆଜିର ଧାରଣା ଚାଲୁ ରହିଥିବା ବେଳେ ଜଣେ ହେଲେ ଅଧିକାରୀ ଧାରଣା ସ୍ଥଳକୁ ଆସିନଥିବା ନେଇ ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

1 month ago
10


