Congress: ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

2 weeks ago 12
ARTICLE AD BOX

ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ କଂଗ୍ରେସ ଆଜି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ବିଜେପି ନେତୃତ୍ୱାଧୀନ ସରକାରଙ୍କ ୧୨ ବର୍ଷର ଶାସନ କାଳରେ ସାଧାରଣ ପରିବାରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ଅଭିଯୋଗ କରିଛି। ନିକଟରେ ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ୪ ପ୍ରତିଶତ ମଧ୍ୟମ ଅବଧି ଲକ୍ଷ୍ୟକୁ ପ୍ରଥମ ଥର ପାଇଁ ଅତିକ୍ରମ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ମୋଦୀ ସରକାରଙ୍କ ୧୨ ବର୍ଷର ପ୍ରକୃତ ସାରାଂଶ ହେଉଛି ମିଥ୍ୟା ପ୍ରତିଶ୍ରୁତିର ବନ୍ୟା ଏବଂ ଜନସାଧାରଣଙ୍କ ଉପରେ ମୁଦ୍ରାସ୍ଫୀତି ଓ ବେକାରୀର ନିର୍ଦ୍ଦୟ ପ୍ରହାର।

Hormuz Attack: ହର୍ମୁଜ୍‌ରେ ଭାରତୀୟ ନାବିକଙ୍କ ମୃତ୍ୟୁ: ଇରାନୀ ଦୂତାବାସକୁ ସମନ ଜାରି କରି ସ୍ପଷ୍ଟୀକରଣ ମାଗିଲେ ଭାରତ ସରକାର

ବ୍ୟାଙ୍କ ସୁଧ ହାର ବଢ଼ିବା ଆଶଙ୍କା

ସହରାଞ୍ଚଳରେ ମୁଦ୍ରାସ୍ଫୀତି ୩.୯୨ ପ୍ରତିଶତ ଥିବା ବେଳେ ଗ୍ରାମୀଣ ଭାରତରେ ଏହା ୪.୭୪ ପ୍ରତିଶତରେ ପହଞ୍ଚିଛି। ମୁଦ୍ରାସ୍ଫୀତି ବୃଦ୍ଧି ସହିତ ବ୍ୟାଙ୍କ ସୁଧ ହାର ବଢ଼ିବା ଆଶଙ୍କା ଦେଖାଦେଇଛି, ଯାହା ମଧ୍ୟବିତ୍ତ ଶ୍ରେଣୀ ଉପରେ ଘର ଓ ଗାଡ଼ିର ଇଏମଆଇ ବୋଝକୁ ଆହୁରି ବଢ଼ାଇଦେବ। ଖାଦ୍ୟ ମୁଦ୍ରାସ୍ଫୀତି ହାର ୪.୭୮ ପ୍ରତିଶତରୁ ବୃଦ୍ଧି ପାଇ ୫.୩୨ ପ୍ରତିଶତ ହୋଇଥିବା ବେଳେ ସୁନା, ରୁପା, ହୀରା ଅଳଙ୍କାର ସମେତ ଅଦା, ବିଲାତି ଏବଂ କିସମିସ ଭଳି ସାମଗ୍ରୀର ମୂଲ୍ୟ ସବୁଠାରୁ ଅଧିକ ବୃଦ୍ଧି ପାଇଛି। ପୁଞ୍ଜିପତିଙ୍କ ସମର୍ଥକ ସାଜିଥିବା ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ଲୋକଙ୍କ କଷ୍ଟକୁ କେବେ ଶୁଣିବେ ଏବଂ ଏହି ସମସ୍ୟାର ସମାଧାନ କରିବେ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.