Companies Act Amendment: ଏମ୍‌ଡି ହେବା ବୟସ ୧୮କୁ କମାଇବାକୁ ସଂସଦୀୟ କମିଟିର ସୁପାରିସ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: କମ୍ପାନି ଆଇନ ସଂଶୋଧନକୁ ଅନୁଧ୍ୟାନ କରୁଥିବା ଯୁଗ୍ମ ସଂସଦୀୟ କମିଟି କମ୍ପାନିରେ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ପରିବର୍ତ୍ତେ ୧୮ ବର୍ଷକୁ ହ୍ରାସ କରିବା ପାଇଁ ସୁପାରିସ କରିଛି। ଯୁକ୍ତରାଷ୍ଟ୍ର ଆମେରିକା, ସିଙ୍ଗାପୁର, ଜର୍ମାନୀ ଓ ଅଷ୍ଟ୍ରେଲିଆ ଭଳି ଦେଶରେ ରହିଥିବା ନିୟମ ଅନୁସାରେ ଏହା କରିବାକୁ କୁହାଯାଇଛି। 

ଅନ୍ୟପକ୍ଷରେ ସର୍ବାଧିକ ବୟସ ସୀମା ୭୦ ବର୍ଷରୁ ୭୫ ବର୍ଷକୁ ବଢ଼ାଇବା ପାଇଁ ମଧ୍ୟ କମିଟି ସୁପାରିସ କରିଛି। କମିଟିରେ ଆଲୋଚନା ସମୟରେ ଏ ନେଇ ସହମତି ପ୍ରକାଶ ପାଇଛି। ବୋର୍ଡରେ ଯୁଗବର୍ଗର ପ୍ରତିନିଧିତ୍ବ ବଢ଼ାଇବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ଲାଗି ସମାନ ଧରଣର ପରାମର୍ଶ ମଧ୍ୟ ନିତି ଆୟୋଗର ଉଚ୍ଚସ୍ତରୀୟ କମିଟି ପ୍ରଦାନ କରିଥିବା କମ୍ପାନି ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି ବୋଲି କମିଟିର ଅଧ୍ୟକ୍ଷ ସୁଧୀର ଗୁପ୍ତା କହିଛନ୍ତି। ସଂସଦରେ ଏହି ରିପୋର୍ଟ ଉପସ୍ଥାପନ ହୋଇଛି।

Leopard Skin Trade: କଲରାପତରିଆ ବାଘ ଚମଡ଼ା କାରବାର ପଛରେ ବଡ଼ ରାକେଟ୍! ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’ ତଦନ୍ତ ପାଇଁ ଏସ୍‌ପିଙ୍କ ସୁପାରିସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.