Commonwealth Games: ଖାଲି ହାତ‌ରେ ଫେରିଲେ ଜାତୀୟ ରେକର୍ଡଧାରୀ ପାରୁଲ

3 days ago 1
ARTICLE AD BOX

ଜାତୀୟ ରେକର୍ଡଧାରୀ ଭାରତର ଲଙ୍ଗ ଡିଷ୍ଟାନ୍ସ ରନର୍‌ ପାରୁଲ ଚୌଧୁରୀ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିରାଶଜନକ ପ୍ରଦର୍ଶନ କରି ଖାଲି ହାତରେ ଫେରିଛନ୍ତି। ମହିଳା ୫୦୦ ମିଟର ଫାଇନାଲ୍‌ରେ ସେ ୧୫:୦୮.୫୬ ସେକେଣ୍ଡ୍‌ରେ ରେସ୍‌ ଶେଷ କରି ୧୩ତମ ସ୍ଥାନରେ ରହିଥି‌ଲେ।

 (sambad.in) Parul Chaudhary Photograph: (sambad.in)

ଗ୍ଲାସ୍‌ଗୋ: ଜାତୀୟ ରେକର୍ଡଧାରୀ ଭାରତର ଲଙ୍ଗ ଡିଷ୍ଟାନ୍ସ ରନର୍‌ ପାରୁଲ ଚୌଧୁରୀ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିରାଶଜନକ ପ୍ରଦର୍ଶନ କରି ଖାଲି ହାତରେ ଫେରିଛନ୍ତି। ମହିଳା ୫୦୦ ମିଟର ଫାଇନାଲ୍‌ରେ ସେ ୧୫:୦୮.୫୬ ସେକେଣ୍ଡ୍‌ରେ ରେସ୍‌ ଶେଷ କରି ୧୩ତମ ସ୍ଥାନରେ ରହିଥି‌ଲେ। ସେ ଏଠାରେ ନିଜ ଜାତୀୟ ରେକର୍ଡ ସମୟ ୧୫:୦୪.୨୬ ସେକେଣ୍ଡ୍‌ଠୁ ପଛରେ ପଡ଼ିଥିଲେ।

୧୩ତମ ସ୍ଥାନ

ଏହି ଜାତୀୟ ରେକର୍ଡ ଗତମାସରେ ଫ୍ରାନ୍ସର ନାଇସ୍‌ରେ ପାରୁଲ କରିଥିଲେ। ତେବେ ଏହି ଇଭେଣ୍ଟ୍‌ରେ ଅଷ୍ଟ୍ରେଲିଆର ରୋଜ୍‌ ଡେଭିସ୍‌ (୧୪:୪୪.୫୩) ସ୍ବର୍ଣ୍ଣ ଓ ଜେସିକା ହୁଲ୍‌ (!୪:୪୫.୦୧) ରୌପ୍ୟ ଜିତି ୧-୨ରେ ପୋଡିୟମ୍‌ ଫିନିସ୍‌ କରିଥିଲେ। ଆୟୋଜକ ସ୍କଟ୍‌ଲାଣ୍ଡର ମେଗାନ କେଇଥ (୧୪:୪୯.୧୦) କାଂସ୍ୟ ପାଇଥିଲେ। ଏହି ସମସ୍ତ ପଦକ ବିଜୟିନୀ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ପୂର୍ବରୁ ବୁଧବାର ପାରୁଲ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ୯:୨୬.୭୫ ସେକେଣ୍ଡ୍‌ ସମୟ ସହ ପଞ୍ଚମ ସ୍ଥାନରେ ରହିଥି‌ଲେ। ଏହା ମଧ୍ୟ ତାଙ୍କ ଜାତୀୟ ରେକର୍ଡ ସମୟ ୯:୧୨.୪୬ ସେକେଣ୍ଡଠୁ କମ୍‌ ରହିଥିଲା।

World Cup 2027: ୧୨ ଭେନ୍ୟୁରେ ଖେଳାଯିବ ୨୦୨୭ ଦିନିକିଆ ବିଶ୍ବକପ୍‌

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.