Commonwealth Games 2026: ରେସ୍‌ ପୂର୍ବରୁ ପାରା ସାଇକ୍ଲିଷ୍ଟ ଲିସା ଲାଇନ୍‌ଚ୍ୟୁତ

3 days ago 2
ARTICLE AD BOX

ଗ୍ଲାସ୍‌ଗୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରଶାସନର ତ୍ରୁଟି ଯୋଗୁଁ ଭାରତର ୧୬ ବର୍ଷୀୟା ପାରା ସାଇକ୍ଲିଷ୍ଟ ଲିସା ଦାସ ରେସ୍‌ ପୂର୍ବରୁ ମାନସିକ ଚାପରେ ରହିଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନଥିଲେ। ମହିଳା ସି୪-ସି୫ ୪୦୦୦ ମିଟର ବ୍ୟକ୍ତିଗତ ପରସୁଟ୍‌ ଯୋଗ୍ୟତା ପର୍ଯ୍ୟାୟରେ ସେ ରେସ୍‌କୁ ୬ ମିନିଟ୍‌ ୫୮.୦ ସେକେଣ୍ଡରେ ଶେଷ କରି ୬ ଜଣଙ୍କ ମଧ୍ୟରେ ଶେଷ ସ୍ଥାନରେ ରହି ଆଗକୁ ବଢ଼ି ପାରି ନଥିଲେ। 

ଲିସାଙ୍କ ପ୍ରଶିକ୍ଷକ ଓ ମହିଳା ସହାୟକ କର୍ମଚାରୀଙ୍କୁ ଆକ୍ରିଡେସନ୍‌ ମିଳିବାରେ ବିଳମ୍ବ ହେବାରୁ ଶେଷ ମୁହୂର୍ତ୍ତରେ ଟିକେଟ କରାଯାଇଥିଲା। ଫଲରେ ଲିସାଙ୍କ ଦଳ ଭାରତରୁ ଜୁରିକ୍‌ ଦେଇ ଗ୍ଲାସ୍‌ଗୋ ଯାଇଥିଲେ। ଜୁରିକ୍‌ ଟ୍ରାଞ୍ଜିଟ୍ ସମୟରେ ତାଙ୍କ କଷ୍ଟମାଇଜ୍ ସାଇକେଲ, ଆବଶ୍ୟକୀୟ ରେସିଂ ଉପକରଣ ସବୁ ପ୍ୟାକ୍‌ ହୋଇଥିଲା। ହେଲେ କନେକ୍ଟିଂ ଫ୍ଲାଇଟ୍‌ରେ ଏହା ଲୋଡ୍‌ ହୋଇ ପାରି ନଥିଲା। ଭାରତୀୟ ଦଳର ସେଫ୍‌ ଡି ମିସନ୍‌ କାର୍ଯ୍ୟାଳୟ ବାକ୍ସରେ ପ୍ୟାକ୍ କରାଯାଇଥିଲା, କନେକ୍ଟିଂ ଫ୍ଲାଇଟ୍‌ରେ ଲୋଡ୍ ହୋଇପାରିଲା ନାହିଁ। 

ଭାରତୀୟ ଦଳଙ୍କ ସେଫ୍ ଡି ମିସନ୍ କାର୍ଯ୍ୟାଳୟ ସହଯୋଗରେ ତାଙ୍କ ଉପକରଣ ରେସ୍‌ର କିଛି ଘଣ୍ଟା ପୂର୍ବରୁ ପହଞ୍ଚିଥିଲା। ଫଳରେ ଏହାକୁ ଅନସରଣ କରିବାରେ ପୂରା ଦିନ ବିତି ଯାଇଥିଲା ‌ବେଳେ ସମୟରେ ଉପକରଣ ନ ପହଞ୍ଚିବାରୁ ଠିକ୍‌ରେ ଲିସା ଅଭ୍ୟାସ କରି ପାରି ନଥିଲେ। ଖାଲି ଏତିକି ଜାପ ନଥିଲା। ରେସ୍‌ ବେଳେ ତାଙ୍କ ପାଖରେ କୌଣସି ତାଙ୍କ ଦଳୀୟ ସାଥୀ ପାଖରେ ନଥିଲେ। ତାଙ୍କ ପ୍ରଶିକ୍ଷକ ଆଦିତ୍ୟ ବର୍ମାଙ୍କୁ ଶେଷ ମୂହୁର୍ତ୍ତରେ ବାହାରୁ ଖେଳ ଦେଖିବାକୁ ମିଳିଥିଲା। ଏଥିସହ ତାଙ୍କ ପସନ୍ଦର ମହିଳା ଚ୍ୟାପେରୋନ୍, ଡାକ୍ତର ଆଶା ଶେଖଙ୍କୁ ପ୍ରତିଯୋଗିତା ସ୍ଥାନରେ ପ୍ରବେଶ ଲାଗି ବାରଣ କରାଯାଇଥିଲା। ଫଳରେ ସାଥୀ ଅଧିକାରୀ ବିନା ରେସ୍‌କୁ ଯାଇଥିଲେ। 

Commonwealth Games: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମୀରାବାଇଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ, ରେକର୍ଡ ସହ ଋଷିକାନ୍ତଙ୍କୁ ରୌପ୍ୟ

ରେସ୍‌ ଲାଗି ତାଙ୍କ ସହଜ ହେଉଥିବା ଡ୍ରେସ୍‌ ବଦଳରେ ଲିସା ବାଧ୍ୟ ହୋଇ କଷ୍ଟମାଇଜ୍‌ଡ ଏରୋଡାଇନାମିକ୍ ସ୍କିନ୍‌ସୁଟ୍‌ ପିନ୍ଧି ଲଢ଼େଇକୁ ଓହ୍ଲାଇଥିଲେ। ଏପରିକି ଡ୍ରେସ୍‌ ପିନ୍ଧାଇବା ଓ ଅନ୍ୟ କାର୍ଯ୍ୟରେ ଭାରତୀୟଙ୍କ ବଦଳରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡ଼ିକର ମହିଳା ପ୍ରଶିକ୍ଷକ ଓ ସହାୟକ କର୍ମଚାରୀମାନେ ସାହାଯ୍ୟ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.