Collector: ଉଲ୍ଲାସ ସଚେତନତା ଅଭିଯାନର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ: ଆଜି ଠୁ ବୁଲିଲା ସଚେତନତା ଯାନ

1 week ago 7
ARTICLE AD BOX

ଛତ୍ରପୁର: ସମାଜରେ ସାକ୍ଷରତା ଓ ଜୀବନବ୍ୟାପୀ ଶିକ୍ଷାର ଗୁରୁତ୍ୱ ନେଇ ବ୍ୟାପକ ସଚେତନତା ସୃଷ୍ଟି ସହ ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ‘ଉଲ୍ଲାସ’ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି।

ଶନିବାର ଛତ୍ରପୁରସ୍ଥିତ ପିଏମ୍‌ଶ୍ରୀ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ପରିସରରୁ ‘ଉଲ୍ଲାସ’ ସଚେତନତା ଯାନକୁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଅଭିଯାନ ମାଧ୍ୟମରେ ଶିକ୍ଷାରୁ ବଞ୍ଚିତ ଓ ନିରକ୍ଷର ବ୍ୟକ୍ତିମାନଙ୍କୁ ‘ଉଲ୍ଲାସ’ କାର୍ଯ୍ୟକ୍ରମରେ ସାମିଲ କରାଯାଇ ମୌଳିକ ସାକ୍ଷରତା ପ୍ରଦାନ କରାଯିବ। ଏଥିସହ ଜୀବନବ୍ୟାପୀ ଶିକ୍ଷାର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ।

ଏହି ସଚେତନତା ଯାନ ପରିକ୍ରମା କରିବ

ସଚେତନତା ଯାନ ମାଧ୍ୟମରେ ବିଭିନ୍ନ ଗ୍ରାମ ପରିକ୍ରମା କରି ସାକ୍ଷରତା, ନିରନ୍ତର ଶିକ୍ଷା ଓ ‘ଉଲ୍ଲାସ’ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ଆଜି ଠୁ ୫ରୁ ୯ ତାରିଖ ପର୍ଯ୍ୟନ୍ତ ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମକୁ ଏହି ସଚେତନତା ଯାନ ପରିକ୍ରମା କରିବ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଭାତୀ କୁମାରୀ ମହାପାତ୍ର, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୁଚିତ୍ରା କୁମାରୀ ପାଣିଗ୍ରାହୀଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ, ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୁଚିତ୍ରା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା।

Accident: ୧୮ନଂ ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୨ ଯୁବକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.