Coconut Falls ମୁଣ୍ଡରେ ଖସିପଡ଼ିଲା ପଇଡ଼, ୫ମ ଶ୍ରେଣୀ ଛାତ୍ର ମୃତ

2 weeks ago 6
ARTICLE AD BOX

ବାରିପଦା: ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ନଡ଼ିଆ ଗଛରୁ ପଇଡ଼ ଖସି ମୁଣ୍ଡରେ ପଡ଼ିବାରୁ ଜଣେ ୫ମ‌ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। 

ମିଳିଥିବା ସୂଚନା ଅନୁଯାୟୀ, ମଧୁବନ ତଳସାହି ଅଞ୍ଚଳର ମଧୁବନ ବିଦ୍ୟାଳୟରେ ରିଲିଫ୍‌ ବଣ୍ଟନ ହେଉଥିଲା।  ଅଜୟ ପାତ୍ରଙ୍କ ପୁଅ ବାଦଲ(୧୧) ଗତକାଲି (ମଙ୍ଗଳବାର) ବିଦ୍ୟାଳୟରୁ ରିଲିଫ୍‌ନେଇ ଫେରିବା ସମୟରେ ଏକ ନଡ଼ିଆ ଗଛରୁ ପଇଡ଼ ଖସି ମୁଣ୍ଡ ଉପରେ ପଡ଼ିଥିଲା। ଘରକୁ ଫେରି ମୁଣ୍ଡରେ ଯନ୍ତ୍ରଣା ହେଉଥିବା ନେଇ ବାପା ଅଜୟଙ୍କୁ ଜଣାଇଥିଲା। ତେବେ ଆଜି (ବୁଧବାର) ପୂର୍ବାହ୍ଣରେ ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ୯ଟା ବେଳେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାୟ ୨ ଘଣ୍ଟା ପରେ ବାଦଲଙ୍କ ମୃତ୍ୟୁ ଘଟିଥିଲା। 

Deceased student

ଘଟଣା ସମ୍ପର୍କରେ ସୂଚନା ପାଇଁ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରିଥିଲା। ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.