ARTICLE AD BOX
ସିଡ୍ନି: ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍ ମାଇକ୍ ହସିଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ପୁରୁଷ ଦଳର ପରମର୍ଶଦାତା ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ସେ ଆଗାମୀ ୨୦୨୭ ଆସେସ୍, ଦିନିକିଆ ବିଶ୍ବକପ୍ ପାଇଁ ସେ ଦଳକୁ ପରାମର୍ଶ ଦେବେ। ଏଥିସହ ୨୦୨୮ ଏଲ୍ଏ ଅଲିମ୍ପିକ୍ସ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍ ପ୍ରସ୍ତୁତିରେ ମଧ୍ୟ ଟ୍ବେଣ୍ଟି-୨୦ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଆଗାମୀ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ହସି ନୂଆ ଦାୟିତ୍ବ ଆରମ୍ଭ କରିବେ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଦଳର ପ୍ରସ୍ତୁତି ବେଳେ ସହାୟତା କରିବେ। ଅଷ୍ଟ୍ରେଲିଆ ପକ୍ଷରୁ ୩୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ହସି ୨୦୦୭ ଦିନିକିଆ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଥିଲେ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଜାତୀୟ ଦଳ ସହ ହସି ଆଇପିଏଲ୍ ଓ ଦ ହଣ୍ଡ୍ରେଣ୍ଡ୍ରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ୨୦୨୨ ଟ୍ବେଣ୍ଟି-୨୦ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ଦଳର ପ୍ରଶିକ୍ଷକ ମଣ୍ଡଳୀରେ ସେ ଥିଲେ।

53 minutes ago
1


