ARTICLE AD BOX
ଆଲିଗଡ଼:ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ମହିଳାମାନେ ନୂଆ ଇତିହାସ ରଚିଛନ୍ତି। ଶୁକ୍ରବାର ଘୋଷିତ ନିର୍ବାଚନ ଫଳାଫଳରେ ଉପସଭାପତି ପଦବୀ ସହିତ ମୋଟ ୧୩ ପଦବୀରୁ ୬ଟିରେ ମହିଳା ବିଜୟୀ ହୋଇଛନ୍ତି। ନଶ୍ରା ନଇମ୍ ବିଶ୍ୱବିଦ୍ୟାଳୟର ୧୦୫ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଉପସଭାପତି ପଦ ଜିିତିଛନ୍ତି।
ନିର୍ବାଚନ ଫଳାଫଳ ଅନୁଯାୟୀ, ନଶ୍ରା ୭,୦୯୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ୫,୮୧୮ ଖଣ୍ଡ ଭୋଟ୍ ପାଇଥିଲେ। ଏହି ବିଜୟ କେବଳ ଜଣେ ମହିଳାଙ୍କ ସଫଳତା ନୁହେଁ, ବରଂ ଛାତ୍ର ରାଜନୀତିରେ ମହିଳାଙ୍କ ବଢ଼ୁଥିବା ଭାଗୀଦାରିର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ। ଏଥିସହ ୧୦ଟି କାର୍ଯ୍ୟକାରୀ ସଦସ୍ୟ ପଦ ମଧ୍ୟରୁ ୫ଟି ମହିଳାଙ୍କ ଖାତାକୁ ଯାଇଛି।
ମହିଳାଙ୍କ ପ୍ରତିନିଧିତ୍ୱର ବଡ଼ ସଫଳତା
ଏହାକୁ ଛାତ୍ର ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।ସଭାପତି ପଦରେ ମହମ୍ମଦ ନୋମାନ ଅସରଫ୍ ୪,୧୦୦ରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ମହମ୍ମଦ ହମଦାନ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଏଥର ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଗତ ତିନି ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ଏହି ନିର୍ବାଚନ ଆୟୋଜିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନଇମା ଖାତୁନ୍ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସନ୍ତୋଷ ପ୍ରକାଶ କରିବା ସହ ମହିଳାଙ୍କ ବଢ଼ୁଥିବା ଅଂଶଗ୍ରହଣକୁ ସ୍ୱାଗତ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ କୌଣସି ହିଂସାକାଣ୍ଡ ଘଟିନଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ନିର୍ବାଚନ ଫଳାଫଳ ଛାତ୍ର ରାଜନୀତିରେ ମହିଳାଙ୍କ ସକ୍ରିୟ ଉପସ୍ଥିତିକୁ ଏକ ନୂଆ ପରିଚୟ ଦେଇଛି।
Liqour: ବିନା ଲାଇସେନ୍ସରେ ଘରେ କେତେ ମଦ ରଖିପାରିବେ? ଜାଣନ୍ତୁ ବିଭିନ୍ନ ରାଜ୍ୟର ଆଇନଗତ ନିୟମ

1 hour ago
1


