Child Rights Commission: ରିଭଲକଣା ରାଗିଙ୍ଗ ଘଟଣାର ଯାଞ୍ଚ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

2 weeks ago 7
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଦୁଇ ଦିନିଆ ରାୟଗଡ଼ାଜିଲ୍ଲା ଗସ୍ତରେ ଆସି ଆଜି କୋଲନରା ବ୍ଳକ ରିଭଲକଣା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ରାଗିଙ୍ଗ ଘଟଣାର ତଦନ୍ତ କରିଛନ୍ତି। ସେ ବିଦ୍ୟାଳୟର ସମସ୍ତ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ନିଜେ ସମସ୍ତ ପ୍ରକାର ଯାଞ୍ଚ କରିଛନ୍ତି। 

ଯାଞ୍ଚ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷକଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ବିଦ୍ୟାଳୟର ଛାତ୍ର ହଷ୍ଟେଲରେ ସିସିଟିଭି କ୍ୟାମେରା ନଥିବା, ଛାତ୍ରୀ ହଷ୍ଟେଲରେ ବିଦ୍ୟୁତ ନଥିବା, ଛାତ୍ରାବାସରେ ୱାର୍ଡନ ନଥିବା ସହ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଷ୍ଟାଫ ନଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। 

WhatsApp Image 2026-09-02 at 20.35.19 (1)

ଏହି ବିଷୟକୁ ନେଇ ସେ ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀ, ପିଏ ଆଇଟିଡିଏଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ  ଆଲୋଚନା କରାଯିବା ସହ ରାଜ୍ୟ ସରକାରଙ୍କୁ ସମସ୍ତ ବିଷୟ ଉପରେ ଅବଗତ କରାଯିବ ଏବଂ ଯଥାଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଅକ୍ଷ୍ୟକ୍ଷା ବବିତା ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

Truck: ଭୀମଦଳି ଘାଟିରେ ଓଲଟିଲା ଲୁହା ବୋଝେଇ ଟ୍ରକ୍: ରାୟଗଡ଼ା–ବ୍ରହ୍ମପୁର ଜାତୀୟ ରାଜପଥରେ ଯାତାୟାତ ଠପ୍

ଦିନକୁ ଦିନ ବିଦ୍ୟାଳୟରେ ବଢ଼ୁଥିବା ଆସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ  ସମସ୍ତ ବିଦ୍ୟାଳୟରେ କାଉନସିଲର ନିୟୋଜିତ କରାଯିବା ସହିତ ଆଶ୍ରମରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ କାଉଁସିଲିଙ୍ଗ କରାଯିବ ବୋଲି ଅଧ୍ୟାକ୍ଷା ଶ୍ରୀମତି ପାତ୍ର ସୂଚନା ଦେଇଛନ୍ତି। ଏହା ସହ ରିଭଲକଣା ଉଚ୍ଚ ବିଦ୍ୟାଳୟରୁ ବହି‌ଷ୍କାର କରାଯାଇଥିବା ଛାତ୍ର ମାନଙ୍କୁ ପାଠ ପଢ଼ା ସହ ପରୀକ୍ଷାରୁ ବଞ୍ଚିତ କରାଯିବନି ବରଂ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ। 

ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ପୂର୍ବରୁ ରିଭଲକଣା ଘଟଣାରେ ବିଦ୍ୟାଳୟର ହଷ୍ଟେଲ ପରିଚଳନା ଦାୟିତ୍ୱରେ ଥିବା ଶିକ୍ଷକ ଡ଼ମ୍ବୁରୁ ଧର ତ୍ରିପାଠୀଙ୍କୁ ଅନ୍ୟତ୍ର ବଦଳି କରିଥିଲା ଜିଲ୍ଲା ପ୍ରଶାସନ। ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ଏବଂ ସଭ୍ୟା ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଛତୁଆ ଉତ୍ପାଦନ କେନ୍ଦ୍ର, ଗୁଣପୁର ଠାରେ ସ୍ଥିତ ଶିଶୁଯତ୍ନ ଅନୁଷ୍ଠାନ ଓ ଅନ୍ୟ କିଛି ସ୍ଥାନକୁ ଗସ୍ତ କରିଥିଲେ। ଆଜିର ଅଧ୍ୟକ୍ଷାଙ୍କ ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ବିଜେପି ନେତା ଶିବ ଶଙ୍କର ଉଲାକା, ଦେବାଶିଷ ପଣ୍ଡା, ଭିକାରୀ ନାହାକ,ଏସଡିସି ଉପାଧ୍ୟକ୍ଷା ମଞୁଳା ମିଣିଆକା,ରଜିତା କରଡା ଓ ଅନ୍ୟମାନ‌େ ଉପସ୍ଥିତ ରହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.