Chief Minister's Agriculture Development: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅବଧି ୫ ବର୍ଷ ବଢ଼ିଲା

2 weeks ago 10
ARTICLE AD BOX

ଭୁବନେଶ୍ବର: କୃଷି ଉଦ୍ୟୋଗୀମାନଙ୍କୁ ପୁଞ୍ଜି ବିନିଯୋଗ ସବ୍‌ସିଡି ପ୍ରଦାନ ମାଧ୍ୟମରେ ରାଜ୍ୟରେ କୃଷି ଉଦ୍ୟମିତାର ବିକାଶ ଏବଂ ବାଣିଜ୍ୟିକ କୃଷି ଉଦ୍ୟୋଗ ପ୍ରତିଷ୍ଠାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ (ରାଜ୍ୟ କୃଷି ନୀତି ଆଧାରରେ ସବସିଡି) ପ୍ରଚଳନ କରାଯାଇଥିଲା। ଏହାର ଆବଶ୍ୟକତାର ଦୃଷ୍ଟିରେ ରଖି ଏହି ଯୋଜନାକୁ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିବା ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି। ଏହି ପାଞ୍ଚ ବର୍ଷରେ ୮୫୦୦ ବାଣିଜ୍ୟିକ କୃଷି ଉଦ୍ୟୋଗ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୨୪୯୬.୪୦ କୋଟି ଟଙ୍କା ବିନିଯୋଗ କରାଯିବ।

Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ

ଓଡ଼ିଶା କୃଷି ବିପଣନ ଆଇନ,୧୯୫୬କୁ ରଦ୍ଦ କରିବା ସହ ଏକ ନୂଆ କୃଷି ଓ ପଶୁସମ୍ପଦ ବିପଣନ ଆଇନ ପ୍ରଣୟନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଆଧୁନିକ ବଜାରର ଆବଶ୍ୟକତା ଓ ଜାତୀୟସ୍ତରର ସର୍ବୋତ୍ତମ ବ୍ୟବସ୍ଥା ଅନୁଯାୟୀ କୃଷି ବିପଣନ ବ୍ୟବସ୍ଥାରେ ସଂସ୍କାର ଆଣିବା ଏହି ପ୍ରସ୍ତାବିତ ଆଇନର ମୂଳ ଲକ୍ଷ୍ୟ। ଏହା ଦ୍ବାରା ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ବିକିବା ପାଇଁ ଅଧିକ ସ୍ବାଧୀନତା ମିଳିବ ଏବଂ ସେମାନେ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ। ‘ଓଡ଼ିଶା ମତ୍ସ୍ୟ ସେବା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬’, ‘ଓଡ଼ିଶା ରାଜ୍ୟ ଓ ଜିଲ୍ଲା କମିସନ୍ କ୍ଷିପ୍ରଲେଖକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬’ ଏବଂ ‘ଓଡ଼ିଶା ଜିଲ୍ଲା ରାଜସ୍ବ ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬’କୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି।

Horoscope 2026 July 15: ଜାଣନ୍ତୁ ଆଜିର ରାଶିଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.