Chess: ବିଶ୍ବ ଚେସ୍‌ ପୂର୍ବରୁ ତିରୁପତିରେ ଗୁକେଶ

50 minutes ago 1
ARTICLE AD BOX

ତିରୁପତି: ବିଶ୍ବ ‌ଚେସ୍‌ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ଦୋମାରାଜୁ ପରିବାର ସହ ଶୁକ୍ରବାର ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ତିରୁମାଳା ମନ୍ଦିର ଗସ୍ତ କରି ପୂଜାର୍ଚ୍ଚନା କରିଛନ୍ତି। ଏଠାରେ ଏହି ବିଶ୍ବ ବିଜେତା ପ୍ରଭୂ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀଙ୍କ ଦର୍ଶନ କରିବା ସହ ମୁକୁଟ ବଜାୟ ରଖିବା ଲାଗି ଆଶୀର୍ବାଦ ନେଇଛନ୍ତି। 

ଚଳିତ ମାସ ୨୪ରୁ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଉଜବେକିସ୍ତାନର ଜାଭୋଖିର ସିନ୍ଦାରୋଭ ବିପକ୍ଷରେ ୧୪ ଗେମ୍‌ ବିଶିଷ୍ଟ କ୍ଲାସିକାଲ୍‌ ଚେସ୍‌ ଖେଳିବେ  ୨୦ ବର୍ଷୀୟ ଗୁକେଶ। ଏହି ମୁକାବିଲା ସ୍ବିଜରଲାଣ୍ଡ ଜେନେଭାର କୋଲୋଗନିସ୍ଥିତ ଫାଉଣ୍ଡେସନ୍‌ ମାର୍ଟିନ ବୋଦମରରେ ଖେଳାଯିବ। ୨୦୨୪ରେ ଡିସେମ୍ବରରେ ସିଙ୍ଗାପୁରରେ ଆୟୋଜିତ ଗତ ସଂସ୍କରଣରେ ଚୀନ୍‌ର ଡିଙ୍ଗ ଲିରେନ୍‌ଙ୍କୁ ହରାଇ ଗୁକେଶ ଟ୍ରଫି ହାତେଇଥିଲେ। 

ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ
୧୮ ବର୍ଷ ୬ ମାସ ୨୪ ଦିନ ବୟସରେ ସେ ଏହି ମୁକୁଟ କରାୟତ୍ତ କରି ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ। ଏଥିସହ ସେ ବିଶ୍ବନାଥନ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ବିଶ୍ବ ମୁକୁଟ ଜିତିବାର ଶ୍ରେୟ ପାଇଥିଲେ। ଚେନ୍ନାଇରେ ଜନ୍ମିତ ଗୁକେଶ ୨୦୧୯ ଜାନୁଆରିରେ ୧୨ ବର୍ଷ ୭ ମାସ ୧୭ ଦିନ ବୟସରେ ଗ୍ରାଣ୍ଡ ମାଷ୍ଟର ମୁକୁଟ ନିଶ୍ଚିତ କରିଥିଲେ।

Cricket: ଶନିବାର ଦ୍ବିତୀୟ ଦିନିକିଆ: ବର୍ଷା ହୋଇପାରେ ବାଧକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.