Chandaka elephants unsafe: ଚନ୍ଦକାରେ ହାତୀ ଅସୁରକ୍ଷିତ: ଦୁଇ ବର୍ଷରେ ୩ ମୃତ, ଏକାଧିକ ଆହତ

1 day ago 2
ARTICLE AD BOX

ଭୁବନେଶ୍ବର/ବାରଙ୍ଗ: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପୁଣି ଏକ ହାତୀ ଆହତ। କିଛି ମାସର ବ୍ୟବଧାନ ପରେ ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ  ପରସ୍ପର ମଧ୍ୟରେ ଲଢ଼େଇ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଦନ୍ତାହାତୀଟି ଆହତ ହୋଇଥିବା ଜଣାପଡ଼ିବା ପରେ ବନ ବିଭାଗ ତତ୍ପରତା ପ୍ରକାଶ କରିବା ସହ ତାହାର ଚିକିତ୍ସା କରିଛି। ଆଜି ସନ୍ଧ୍ୟା ସୁଦ୍ଧା ହାତୀଟିକୁ ଚିକିତ୍ସା କରାଯାଇ ଜଙ୍ଗଲରେ ଛଡ଼ାଯାଇଛି। ବନ ବିଭାଗର କର୍ମଚାରୀଙ୍କ ସମେତ ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ହାତୀଟିର ଗତିବିଧି ଉପରେ ନଜର ରଖାଯାଇଛି। ତେବେ ରାଜଧାନୀ ସଂଲଗ୍ନ ଏହି ଜଙ୍ଗଲରେ ହାତୀଗୁଡ଼ିକ ବାରମ୍ବାର ଆହତ ହେବା ଘଟଣା ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’

ଭରତପୁରରେ ପୁଣି ଏକ ଦନ୍ତା ହାତୀ ଆହତ
ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବନ ବିଭାଗ କହିବାନୁଯାୟୀ ଭାରତପୁର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ଆହତ ହୋଇ ବୁଲୁଥିବା ସୋମବାର ସନ୍ଧ୍ୟାରେ ନଜରକୁ ଆସିଥିଲା। ତାହାର ଆଗ ବାମଗୋଡ଼ରେ କିଛି ସମସ୍ୟା ହେଉଥିବା ଦେଖିବାକୁ ମିଳିବା ପରେ ଚିକିତ୍ସା ପାଇଁ ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନ ଟିମ୍‌କୁ ଅବଗତ କରାଯାଇଥିଲା।  ଚନ୍ଦକା ବନଖଣ୍ଡର କର୍ମଚାରୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଓୟୁଏଟିର ପ୍ରାଣୀ  ଚିକିିତ୍ସକଙ୍କ ସହାୟତାରେ ଅପରାହ୍ଣ ୪ଟାରେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯିବା ସହ ଚିକିତ୍ସା କରାଯାଇଛି। ଭାରତପୁର ଜଙ୍ଗଲରେ ପରସ୍ପର ମଧ୍ୟରେ ଲଢେଇରୁ ହାତୀଟି ଆହତ ହୋଇଥିବା ଅନୁମାନ କରାଯାଉଛି। ହାତୀର ବୟସ ପ୍ରାୟ ୨୮ ବର୍ଷ ହେବ। ଅପରାହ୍ଣରେ ଟ୍ରାଙ୍କୁଲାଇଜ୍‌ ପରେ ହାତୀଟି ପ୍ରାୟ ୨୦ ମିନଟ୍‌ ପର୍ଯ୍ୟନ୍ତ ଅଚେତ ହୋଇପଡ଼ିରହିଥିଲା। ହାତୀଟି ଚେତାଶୂନ୍ୟ ଥିବା ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ କରିବାରୁ ସମ୍ମୁଖ ଭାଗ ବାମ ଗୋଡ଼ ମକଚି ହୋଇଥିବା ଜଣାପଡ଼ିଥିଲା। ଆଘାତପ୍ରାପ୍ତ ଜାଗାରେ ପ୍ରତିଷେଧକ ଓ ପେନ୍ କିଲର ଦେଇ ପ୍ରାୟ ଦୁଇ ଘଣ୍ଟା ଚିକିତ୍ସା କରାଯାଇଥିଲା। ଚେତା ଫେରିବା ପାଇଁ ଇଞ୍ଜେକ୍‌ସନ୍ ଦିଆଯାଇଥିଲା। ହାତୀଟି ଶୀଘ୍ର ସୁସ୍ଥ ହେବା ଉଦ୍ଦେଶ୍ୟରେ ତାକୁ ଜଙ୍ଗଲରେ ଛାଡ଼ିଦିଆଯାଇଥିବା ଚନ୍ଦକା ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଡିଏଫ୍‌ଓ ଶ୍ରୀ ଆଚାର୍ଯ୍ୟ ଓ ଏସିଏଫ୍‌ ବିନ୍ଦୁ ପ୍ରସାଦ ମହାନ୍ତିଙ୍କ ଉପସ୍ଥିତିରେ ଓୟୁଏଟି ପ୍ରାଣୀ ବିଭାଗ ପ୍ରଫେସର ବିଶ୍ୱଜିତ ଜେନାଙ୍କ ତତ୍ତ୍ୱାବଧାନରେ ନନ୍ଦନକାନନର ଟ୍ରାଙ୍କୁଲାଇଜ୍‌ ବିଶେଷଜ୍ଞ ଦୁଷ୍ମନ୍ତ କୁମାର ନାଏକ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିଥିଲେ।

sfhsfhfxbbxb

୨୦୨୫ ଡିସେମ୍ବର ଚନ୍ଦକା ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ବୁଲୁଥିବା ନଜରକୁ ଆସିଥିଲା। ହାତୀଟି ଛୋଟେଇ ଚାଲୁଥିବାରୁ ଚିକିତ୍ସା ଦିଗରେ ପଦକ୍ଷେପ ନିଆଯାଇଥିଲା। ଜଙ୍ଗଲ ଭିତରେ ବହୁତ ଖୋଜାଖୋଜି ପରେ ଭାଲୁକା ଜଙ୍ଗଲରେ ତାକୁ ଠାବ କରାଯାଇ ଟ୍ରାଙ୍କୁଲାଇଜ୍‌ କରିବା ଦିଗରେ ପଦ‌କ୍ଷେପ ନିଆଯାଇଥିଲା। ମାତ୍ର ସଫଳତା ମିଳି ନଥିଲା। ଟ୍ରାଙ୍କୁଲାଇଜ୍‌ କରିବାକୁ ଯିବା ସମୟରେ ହାତୀଟି ଗୋଡ଼େଇ ଆସିବାରୁ ବନ କର୍ମଚାରୀମାନେ ଭୟରେ ଦୌଡ଼ିଥିଲେ ଏବଂ କେତେଜଣ ଆହତ ହୋଇଥିଲେ। ପରଦିନ ଟ୍ରାଙ୍କୁଲାଇଜ୍‌ କରାଯାଇ ଚିକିତ୍ସା କରାଯାଇ ଜଙ୍ଗଲରେ ଛଡ଼ାଯାଇଥିଲା। ତେବେ ୨୦୨୪ ଅଗଷ୍ଟରୁ ୨୦୨୫ ଡିସେମ୍ବର ମଧ୍ୟରେ ତିନିଟି ହାତୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରିକୁ ଉତ୍ତରଦାୟୀ କରାଯାଇ ନାହିଁ। ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଦର୍ଶାଇ ସମସ୍ତେ ଚୁପ୍‌ବସିପଡ଼ିଛନ୍ତି। ୨୦୨୪ ଅଗଷ୍ଟରେ ଭରତପୁର ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଦନ୍ତାହାତୀ ‘ରାମୁ’ର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଦୁଇଟି ଦନ୍ତାଙ୍କ ଲଢ଼େଇ ମଧ୍ୟରେ ଛୋଟଦନ୍ତା ଗୁରୁତର ଆହତ ହୋଇଥିଲା। ବନ ବିଭାଗ ଠିକ୍‌ ଭାବେ ତାହାକୁ ଟ୍ରାକିଂ ନ କରିବାରୁ କିଛି ଦିନ ପରେ ହାତୀର ମୃତଦେହ ମିଳିଥିଲା। ୨୦୨୫ ଡିସେମ୍ବରରେ ଆଉ ଏକ ହାତୀର ମୃତ୍ୟୁ ହୋଇଥିଲା। ଏଭଳି ହାତୀ ଆହତ ଓ ମୃତ୍ୟୁ ଘଟଣା ଅଭୟାରଣ୍ୟରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଲାଣି।

Sex Racket Busted: ଲାଗିଥିଲା ଅବସରପ୍ରାପ୍ତ ପୁଲିସ ଇନ୍‌ସପେକ୍ଟର ନାମଫଳକ, ଚାଲିଥିଲା ଦେହ ବ୍ୟବସାୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.