ARTICLE AD BOX
କିଛି ଦିନ ହେଲା ‘ସତଲୁଜ’ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଓ ବିବାଦ ଜୋର ଧରିଛି। ନିର୍ମାଣ ସରିବାର ତିନି ବର୍ଷର ପ୍ରତୀକ୍ଷା ପରେ ଗତ ୩ ତାରିଖରେ ଚଳଚ୍ଚିତ୍ରଟି ଆକସ୍ମିକ ଭାବେ ‘ଜି୫’ ଷ୍ଟ୍ରିମିଂ ପ୍ଲାଟ୍ଫର୍ମରେ ମୁକ୍ତିଲାଭ କରିଥିଲା। ତେବେ ସେଠାରେ ଏହି ଚଳଚ୍ଚିତ୍ରର ଆୟୁଷ ଥିଲା ମାତ୍ର ୪୮ ଘଣ୍ଟା। ୫ ତାରିଖ ଦିନ ଏହି ଚଳଚ୍ଚିତ୍ରଟିକୁ ‘ଜି୫’ରୁ ହଟାଇ ଦିଆଯାଇଥିଲା। ତେବେ ଏହା ପରେ ‘ସତଲୁଜ’କୁ ନେଇ ଲୋକଙ୍କ ମଧ୍ୟରେ ଜିଜ୍ଞାସା ବଢ଼ିବାରେ ଲାଗିଛି। ଫଳସ୍ବରୂପ ଲୋକମାନେ ଏହାକୁ ଇଣ୍ଟର୍ନେଟ୍ରୁ ଡାଉନ୍ଲୋଡ୍ କରି ଦେଖୁଛନ୍ତି।
Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ
ଏଥିରେ ଦିଲଜୀତ ଦୋସାଁଝଙ୍କ ମୁଖ୍ୟ ଚରିତ୍ରକୁ ତ ଖୁବ୍ ପ୍ରଶଂସା ମିଳୁଛି, ତା’ ସହିତ ଅର୍ଜୁନ ରାମପାଲଙ୍କ ଅଭିନୟ ମଧ୍ୟ ଧ୍ୟାନ ଆକର୍ଷଣ କରୁଛି। ‘ସତଲୁଜ’ରେ ସିବିଆଇ ଅଫିସର ସମୁଦ୍ର ସିଂହ ଭାବେ ଅର୍ଜୁନ ଅଭିନୟ କରିଛନ୍ତି। ଜଣେ ସତ୍ୟନିଷ୍ଠ ଅନୁସନ୍ଧାନକାରୀ ଭାବେ ସମୁଦ୍ର ଚରିତ୍ରଟି ଯେତିକି ପସନ୍ଦଯୋଗ୍ୟ, ଅର୍ଜୁନଙ୍କ ଚମତ୍କାର ଅଭିନୟ ଯୋଗୁଁ ତା’ ସଂଳାପଗୁଡ଼ିକର ପ୍ରଭାବ ବହୁଗୁଣିତ ହୋଇଯାଇଛି। ଏହି କାରଣରୁ ଚଳଚ୍ଚିତ୍ରରେ ଅର୍ଜୁନ ରାମପାଲଙ୍କ ‘ଗଣହତ୍ୟା’ ଶୀର୍ଷକ ଦୃଶ୍ୟଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଏଥିରେ ସେ ପଞ୍ଜାବର କରୁଣ ଇତିହାସ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହା ଚଳଚ୍ଚିତ୍ରର ଏକ ନିର୍ଣ୍ଣାୟକ ଦୃଶ୍ୟ ବୋଲି ଚର୍ଚ୍ଚା କରାଯାଉଛି।
Neglect: ୧୨ ଜଣିଆ ପରିବାରକୁ ୧୦ କିଲୋ ଚାଉଳ
ଅର୍ଜୁନ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଚଳଚ୍ଚିତ୍ରରେ ଅଭିନୟ କରି ଖୁବ୍ ରୋମାଞ୍ଚିତ ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ଏହି କାହାଣୀରେ ଏକ ଶକ୍ତିଶାଳୀ ବାର୍ତ୍ତା ଅଛି ଯେ କ୍ଷମତାର ଅପବ୍ୟବହାରର ପରିଣାମ କେତେ ଖରାପ ହୋଇପାରେ। ସେହିପରି ଏହି ଚଳଚ୍ଚିତ୍ରର ନିର୍ଦେଶକ ହନି ତ୍ରେହାନ୍ ଅର୍ଜୁନଙ୍କୁ ମାନବାଧିକାର କର୍ମୀ ଯଶୋବନ୍ତ ସିଂହ ଖାଲରାଙ୍କ ପରିବାର ସହିତ ଆଲୋଚନା କରିବାର ସୁଯୋଗ ଦେଇଥିଲେ। ଫଳରେ ସେ ଅସଲ କାହାଣୀକୁ ହୃଦ୍ବୋଧ କରିବା ସମ୍ଭବ ହୋଇଥିଲା ବୋଲି ଅର୍ଜୁନ ବଖାଣିଛନ୍ତି।

3 weeks ago
14


