CBFCର ନୂଆ ବୋର୍ଡ ଗଠିତ, ସାମିଲ ହେଲେ ନୀଳମାଧବ ପଣ୍ଡା, ପ୍ରୀତି ଜିଣ୍ଟା ଓ ପଙ୍କଜ ତ୍ରିପାଠୀ

1 day ago 1
ARTICLE AD BOX

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବୁଧବାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫ୍‌ସି)ର ପୁନର୍ଗଠନ କରିଛନ୍ତି । ୨୦୧୭ ପରେ ପ୍ରଥମ ଥର ପାଇଁ ସିବିଏଫ୍‌ସିର ନୂଆ ବୋର୍ଡ ଗଠନ କରାଯାଇଛି । ଶଶିଶେଖର ବେମ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ନୂଆ ବୋର୍ଡରେ ମୋଟ ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ସମେତ ୧୮ ଜଣ ସଦସ୍ୟ ରହିଛନ୍ତି । ନୂଆ ବୋର୍ଡର କାର୍ଯ୍ୟକାଳ ୩ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବ ।

ଆଦିବାସୀ ସ୍କୁଲ୍‌ର ସୁରକ୍ଷା ନେଇ ସିଜେପିର ବଡ଼ ପଦକ୍ଷେପ; ଆଜିଠୁ ‘ଆଦିବାସୀ ସ୍କୁଲ୍‌ ଠିକ୍‌ କର’ ଅଭିଯାନ

ନୂଆ ବୋର୍ଡରେ ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା, ଅଭିନେତା ପଙ୍କଜ ତ୍ରିପାଠୀ, ନୀଳମାଧବ ପଣ୍ଡା ଓ ସୁନୀଲ ସେଟ୍ଟୀଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି । ଏହାବ୍ୟତୀତ ପଲ୍ଲବୀ ଯୋଶୀ, ପ୍ରସେନଜିତ ଚାଟାର୍ଜୀ, ରୂପାଲି ଗାଙ୍ଗୁଲି, ପ୍ରିୟଦର୍ଶନ ଓ ରିକି କେଜ୍‌ ମଧ୍ୟ ନୂଆ ବୋର୍ଡରେ ସ୍ଥାନ ପାଇଛନ୍ତି । ଅନ୍ୟ ସଦସ୍ୟଙ୍କ ମଧ୍ୟରେ ମନୋଜ ଯୋଶୀ, ଅଭିଷେକ ଜୈନ, ସୁପ୍ରିୟା ୟାର୍ଲାଗଡ୍ଡା, ଚଳଚ୍ଚିତ୍ର ସମାଲୋଚକ ବିନୋଦ ଅନୁପମ, କବି ଓ ଲେଖକ ଯତୀନ୍ଦ୍ର ମିଶ୍ର, ନିଶିଗନ୍ଧା ୱାଡ୍‌ ଏବଂ ଗାୟକ ତଥା ପୂର୍ବତନ ସାଂସଦ ହଂସରାଜ ହଂସ ଅଛନ୍ତି । ଥିଏଟର ନିର୍ଦ୍ଦେଶକ ୱାମନ କେନ୍ଦ୍ରେ ଓ ଲେଖକ ରମେଶ ପାଟଙ୍ଗେଙ୍କୁ ପୂର୍ବ ବୋର୍ଡରୁ ନୂଆ ବୋର୍ଡରେ ମଧ୍ୟ ରଖାଯାଇଛି । ଏହି ଦୁଇଜଣ ପୂର୍ବ ବୋର୍ଡର ଏକମାତ୍ର ସଦସ୍ୟ, ଯେଉଁମାନେ ପୁନର୍ଗଠିତ ବୋର୍ଡରେ ସ୍ଥାନ ପାଇଛନ୍ତି ।

୨୦୧୭ ଅଗଷ୍ଟରେ ଶେଷ ଥର ପାଇଁ ସିବିଏଫ୍‌ସିର ପୁନର୍ଗଠନ ହୋଇଥିଲା । ସେତେବେଳେ ନିର୍ଦ୍ଧାରିତ ୩ ବର୍ଷର କାର୍ଯ୍ୟକାଳ ୨୦୨୦ରେ ଶେଷ ହୋଇଥିଲେ ମଧ୍ୟ ନୂଆ ବୋର୍ଡ ଗଠନ ନ ହେବାରୁ ପୁରୁଣା ସଦସ୍ୟମାନେ ନୂଆ ସଦସ୍ୟ ନିଯୁକ୍ତ ହେବା ପର୍ଯ୍ୟନ୍ତ ପଦରେ ରହିଥିଲେ । ସମ୍ପ୍ରତି ଚଳଚ୍ଚିତ୍ରରେ କଟକଣାକୁ ନେଇ ସିବିଏଫ୍‌ସି ସମାଲୋଚନାର ସମ୍ମୁଖୀନ ହୋଇଥିଲା । ଜୁଲାଇରେ ‘ସ୍ପାଇଡର-ମ୍ୟାନ୍‌: ବ୍ରାଣ୍ଡ ନ୍ୟୁ ଡେ’କୁ ୟୁଏ ୧୩ ପ୍ରମାଣପତ୍ର ମିଳିଥିଲା ଏବଂ ଏକ ୮ ସେକେଣ୍ଡର ଚୁମ୍ବନ ଦୃଶ୍ୟ କାଟି ଦିଆଯାଇଥିଲା । ଏହା ପୂର୍ବରୁ ବିଜୟଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ‘ଜନନାୟକନ୍‌’ର ମୁକ୍ତିକୁ ନେଇ ମଧ୍ୟ ସିବିଏଫ୍‌ସି ଚର୍ଚ୍ଚାରେ ରହିଥିଲା ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.