Cannabis: କପଡ଼ା ବିକ୍ରି ବାହାନାରେ ଚାଲାଣ କରୁଥିଲେ ଗଞ୍ଜେଇ

3 weeks ago 14
ARTICLE AD BOX

ଦେଓଗାଁ: ପଲ୍ଲୀରୁ ଦିଲ୍ଲୀକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ। ଫେରିଵାଲା ବେଶରେ ଗଞ୍ଜେଇ ମାଫିଆ କପଡ଼ା ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ | ତେବେ ଏହି କପଡା ଭର୍ତ୍ତି ଗାଡ଼ିକୁ ଜବତ କରି ୪ଜଣକୁ ଗିରଫ କରିଛି ବଲାଙ୍ଗିର ଅବକାରୀ ବିଭାଗ। ତୁଷୁରା-ବଲାଙ୍ଗିର ରାସ୍ତାରେ ଅବକାରୀ ବିଭାଗ ଚଢ଼ାଉ କରି ଦୁଇଟି ଗଞ୍ଜେଇଭର୍ତ୍ତି ପିକଅପ ଗାଡ଼ି ସହ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବାବେଳେ  ୪ ଜଣଙ୍କୁ ଗିରଫ କରାଯାଇଛି।

ଆହୁରି ପଢନ୍ତୁ:Heavy Rain: ମହାରା‌ଷ୍ଟ୍ରରେ ପ୍ରବଳ ବର୍ଷା: ପାତାଳଗଙ୍ଗା ନଦୀରେ ଭାସିଗଲା ୩ ହଜାର ଗ୍ୟାସ୍ ସିଲିଣ୍ଡର

ଜବତ ଗଞ୍ଜେଇର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ କପଡ଼ା ବୋଝେଇ ଗାଡ଼ିରେ ରାଜସ୍ଥାନର ୪ ଜଣ ଯୁବକ କନ୍ଧମାଳଜିଲ୍ଲା ବାଲିଗୁଡାରୁ ଗଞ୍ଜେଇ ଆଣି ତୁଷୁରା ଦେଇ ଭାୟା ରାୟପୁର ଦେଇ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ କରିବାବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ ତୁଷୁରା-ବଲାଙ୍ଗିର ରାସ୍ତାରେ ଅବକାରୀ ବିଭାଗ ତୁଷୁରା ଦେଓଗାଁ ରାସ୍ତାର ଡଙ୍ଗାପଥର ଛକରେ ଚଢ଼ାଉ କରି ଦୁଇଟି କପଡ଼ା ଭର୍ତ୍ତି ପିକଅପ ଗାଡ଼ିକୁ ଅଟକ ରଖି ପଚରାଉଚରା କରିଥିଲା । ତେବେ ତୁଷୁରା ଅବକାରୀ ବିଭାଗ ସନ୍ଦେହ କରି ଦୁଇଟି ପିକଅପ୍ ଗାଡ଼ିରେ ଗଞ୍ଜେଇ ଥିବା ଜାଣି ଯାଞ୍ଚ କରିଥିଲା। ଯାହା ଫଳରେ କପଡ଼ା ବୋଝେଇ ଗାଡ଼ିରୁ ବଣ୍ଡଲ ବଣ୍ଡଲ ଗଞ୍ଜେଇ ବାହାରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.