ARTICLE AD BOX
କାର୍ଡିଫ:ଇଂଲଣ୍ଡ ୱିକେଟ୍କିପର-ବ୍ୟାଟର୍ ଜୋସ ବଟଲର ଟ୍ବେଣ୍ଟି-୨୦ କ୍ରିକେଟ୍ରେ ସର୍ବାଧିକ ରନ୍ ହାସଲକାରୀ ହୋଇଛନ୍ତି। ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ରେ ୩୦ ରନ୍ କରି ୩୬ ବର୍ଷୀୟ ବଟଲର ପ୍ରଥମ ବ୍ୟାଟର୍ ଭାବେ ୧୫,୦୦୦ ଟ୍ବେଣ୍ଟି-୨୦ ରନ୍ ପାର୍ କରିଥିଲେ। ପୂର୍ବରୁ ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍ ରେକର୍ଡ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍ କିରଣ ପୋଲାର୍ଡ (୧୪,୯୯୯)ଙ୍କ ନାଁରେ ଥିଲା। ବଟଲର ୫୨୮ ମ୍ୟାଚ୍ ଖେଳି ୩୫.୪୬ ହାର ଓ ୧୪୭.୪୬ ଷ୍ଟ୍ରାଇକ୍ରେଟ୍ରେ ୧୫,୦୦୦ରୁ ଅଧିକ ରନ୍ କରିଛନ୍ତି। ବଟଲର୍ ନିଜ ଦେଶ ଇଂଲଣ୍ଡ ସହ ବିଭିନ୍ନ କ୍ଲବ୍ ଲଙ୍କାସାୟର, ମାଞ୍ଚେଷ୍ଟର ଅରିଜିନାଲ୍ସ, ମାଞ୍ଚେଷ୍ଟର ସୁପର ଜାଏଣ୍ଟ୍ସ, ଗୁଜରାଟ ଟାଇଟନ୍ସ, ସମରସେଟ୍, ପର୍ଲ ରୟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, ସିଡ୍ନି ଥଣ୍ଡର, କୋମିଲା ଭିକ୍ଟୋରିଆନ୍ସ, ଡର୍ବାନ୍ସ ସୁପର ଜାଏଣ୍ଟ୍ସ, ମେଲ୍ବର୍ଣ୍ଣ ରେନେଗେଡ୍ସ ଓ ଇଂଲଣ୍ଡ ଲାୟନ୍ସ ପକ୍ଷରୁ ଏହି ରନ୍ କରିଛନ୍ତି।
୬ ୱିକେଟ୍ରେ ଇଂଲଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରିଛି
ବଟଲରଙ୍କ ଏହି ଐତିହାସିକ ମାଇଲ୍ଖୁଣ୍ଟ ମ୍ୟାଚ୍ରେ ଇଂଲଣ୍ଡ ୬ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଇଂଲଣ୍ଡ ଆଗୁଆ ୨-୦ରେ କବ୍ଜା କରି ନେଇଛି। ଶ୍ରୀଲଙ୍କା ୧୪୫/୯ କରିଥିଲା ବେଳେ ଇଂଲଣ୍ଡ ଟମ୍ ବାଟନ (୫୨)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୪ ୱିକେଟ୍ ହରାଇ ୪୭ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଲିଅମ ଡସନ୍ (୩/୩୨, ୨ କ୍ୟାଚ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶନିବାର ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯିବ।
Fighter Jet: ଚଳିତ ବର୍ଷ ଶେଷ ସୁଦ୍ଧା ବାୟୁସେନାକୁ ମିଳିବ ''ଏଲସିଏ ମାର୍କ-୧ଏ'' ଲଢ଼ୁଆ ବିମାନ

21 minutes ago
1


