Business:ସେନ୍‌ସେକ୍ସରେ ୮୨୮ ପଏଣ୍ଟ ବୃଦ୍ଧି

3 weeks ago 13
ARTICLE AD BOX

ମୁମ୍ବାଇ: କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ଏପ୍ରିଲ-ଜୁନ ତ୍ରୈମାସିକରେ ଉଲ୍ଲେଖନୀୟ ବ୍ୟବସାୟ ଫଳାଫଳ ହାସଲ କରିବା ସମ୍ଭାବନା ଥିବାରୁ ନିବେଶକମାନେ ଆଜି ବ୍ୟାଙ୍କ ଓ ସୂଚନା ପ୍ରଯୁକ୍ତି କମ୍ପାନିର ସେୟାର ବିପୁଳ ମାତ୍ରାରେ କିଣିଥିଲେ। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର‌ ସେନ୍‌ସେକ୍ସ ୮୨୭.୫୭ ପଏଣ୍ଟ ବୃଦ୍ଧି ପାଇ ୭୭,୫୬୯.୩୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୪୪.୧୦ ପଏଣ୍ଟ ବୃଦ୍ଧି ପାଇ ୨୪,୨୦୬.୯୦ ପଏଣ୍ଟରେ ବନ୍ଦ ହୋଇଛି।

ଆହୁରି ପଢନ୍ତୁ:Oil Theft: ରାଜସ୍ଥାନରେ ମାଟି ତଳେ ଚାଲିଥିଲା ଅଶୋଧିତ ତେଲ ଚୋରି

 ଆଇଟି କମ୍ପାନି ଟିସିଏସ୍‌ର ପ୍ରଦର୍ଶନ ଆଶାଠାରୁ ଅଧିକ ରହିବାରୁ ନିବେଶକମାନେ ଟେକ୍‌ ମହିନ୍ଦ୍ରା, ଏଚ୍‌ସିଏଲ୍‌ ଟେକ୍‌, ଇନ୍‌ଫୋସିସ୍‌ ଓ ଟିସିଏସ୍‌ ‌ସେୟାରରେ ନିବେଶ କରିଥିଲେ। ଆଇଟି ଶିଳ୍ପରେ ସୁଧାର ହୋଇଥିବାର ସଙ୍କେତ ଏଥିରୁ ମିଳିଥିଲା। ସେମାନେ ବ୍ୟାଙ୍କ ସେୟାର ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରରେ ମଧ୍ୟ ନିବେଶ କରିଥିଲେ। ସେନ୍‌ସେକ୍ସର ଅଂଶ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଟେକ୍‌ ମହିନ୍ଦ୍ରା, ଆକ୍ସିସ୍‌ ବ୍ୟାଙ୍କ, ଟାଟା ଷ୍ଟିଲ୍‌ ଓ ଇନ୍‌ଫୋସିସ୍‌ର ସେୟାର ମୂଲ୍ୟ ବଢ଼ିଥିଲା। ଇଟରନାଲ୍‌, ଭାରତୀ ଏୟାରଟେଲ୍‌, ସନ୍‌ ଫାର୍ମା ଓ ଟ୍ରେଣ୍ଟ୍‌ର ସେୟାର ମୂଲ୍ୟ ହ୍ରାସ ପାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.