Burj Khalifa: ବୁର୍ଜ ଖଲିଫାକୁ ପଛରେ ପକାଇବ ଜେଦ୍ଦା ଟାୱାର, ଉଚ୍ଚତା ହେବ ୧ କିଲୋମିଟରରୁ ଅଧିକ

1 week ago 6
ARTICLE AD BOX

ନୂଆଦିଲ୍ଲୀ: ସାଉଦି ଆରବର ଜେଦ୍ଦା ସହରରେ ନିର୍ମାଣାଧୀନ ଜେଦ୍ଦା ଟାୱାର ଏବେ ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ହେବା ଦୌଡ଼ରେ ଆଗକୁ ବଢ଼ୁଛି। ଏହାର ଉଚ୍ଚତା ୧ କିଲୋମିଟରରୁ ଅଧିକ ରଖାଯାଇଛି। ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଏହା ବର୍ତ୍ତମାନର ବିଶ୍ୱର ସର୍ବୋଚ୍ଚ ଅଟ୍ଟାଳିକା ଦୁବାଇର ବୁର୍ଜ ଖଲିଫାକୁ ପଛରେ ପକାଇଦେବ। ରିପୋର୍ଟ ଅନୁଯାୟୀ, ଜେଦ୍ଦା ଟାୱାରର ନିର୍ମାଣ ପ୍ରାୟ ୪୫୪ ମିଟର ଉଚ୍ଚତାରେ ପହଞ୍ଚିଛି ଏବଂ ୧୧୩ଟି ମହଲାର କାମ ଶେଷ ହୋଇଛି। ଏହି ବିଶାଳ ପ୍ରକଳ୍ପର ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ୨୦୨୮ ମସିହାରେ ଏହାର ଉଦ୍‌ଘାଟନ ଲକ୍ଷ୍ୟ ରହିଛି।

ଉଚ୍ଚ ୧୦୦୦ ମିଟରରୁ ଅଧିକ

ବର୍ତ୍ତମାନ ଦୁବାଇର ବୁର୍ଜ ଖଲିଫା ୮୨୮ ମିଟର ଉଚ୍ଚତା ସହ ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ଭାବେ ରେକର୍ଡ ଧରିଛି। ଜେଦ୍ଦା ଟାୱାର ଯୋଜନା ଅନୁଯାୟୀ ୧୦୦୦ ମିଟରରୁ ଅଧିକ ଉଚ୍ଚ ହେବାକୁ ଥିବାରୁ ଏହା ବୁର୍ଜ ଖଲିଫାଠାରୁ ପ୍ରାୟ ୧୭୨ ମିଟର ଅଧିକ ଉଚ୍ଚ ହେବ। ଜେଦ୍ଦା ଟାୱାରର ଡିଜାଇନ୍‌ ଆମେରିକୀୟ ସ୍ଥପତି ଆଡ୍ରିଆନ୍ ସ୍ମିଥ୍ଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଛି। ସେ ବୁର୍ଜ ଖଲିଫାର ଡିଜାଇନ୍‌ ସହ ମଧ୍ୟ ଜଡ଼ିତ ଥିଲେ। ଟାୱାରର ଆକୃତି ଓ ଗଠନକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯେ ଅତ୍ୟଧିକ ଉଚ୍ଚତା ସହ ପ୍ରବଳ ପବନର ଚାପକୁ ମଧ୍ୟ ସମ୍ଭାଳିପାରିବ।

ଏହି ଟାୱାର କେବଳ ଏକ ଅଟ୍ଟାଳିକା ନୁହେଁ, ବରଂ ସାଉଦି ଆରବର ବଡ଼ ସହରୀୟ ବିକାଶ ଯୋଜନାର ଏକ ପ୍ରମୁଖ ଅଂଶ। ଏଥିରେ ଆବାସିକ ସ୍ଥାନ, କାର୍ଯ୍ୟାଳୟ, ହୋଟେଲ୍‌ ଓ ବାଣିଜ୍ୟିକ ସୁବିଧା ରହିବା ସହ ୬୫୨ ମିଟର ଉଚ୍ଚତାରେ ଏକ ଅବଜରଭେଟୋରି ମଧ୍ୟ ରହିବାର ଯୋଜନା ରହିଛି। ଜେଦ୍ଦା ଟାୱାର ସମ୍ପୂର୍ଣ୍ଣ ହେଲେ ଏହା କେବଳ ସାଉଦି ଆରବ ନୁହେଁ, ସମଗ୍ର ବିଶ୍ୱର ଆକାଶଚୁମ୍ବୀ ଅଟ୍ଟାଳିକା ମାନଚିତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ୧ କିଲୋମିଟର ଉଚ୍ଚତା ଅତିକ୍ରମ କରିବାର ଲକ୍ଷ୍ୟ ସଫଳ ହେଲେ ଏହା ବୁର୍ଜ ଖଲିଫାର ଦୀର୍ଘଦିନର ରେକର୍ଡକୁ ଭାଙ୍ଗି ବିଶ୍ୱର ନୂଆ ‘ଟଲେଷ୍ଟ ବିଲ୍ଡିଂ’ ହେବ।

କଳା ଟି-ସାର୍ଟ ପିନ୍ଧି ବିଧାନସଭାରେ ପହଞ୍ଚିଲେ କେଟିଆର: ପୁଲିସ ବାହାରେ ଅଟକାଇଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.