Building collapse: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ଫେରାର୍‌ ପିଜି ମାଲିକ ରାଜସ୍ଥାନରୁ ଗିରଫ, ଦିଲ୍ଲୀ ମହାନଗର ନିଗମର ୫ ଅଧିକାରୀ ନିଲମ୍ବିତ

1 week ago 6
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ଅପରାହ୍ଣରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିବା ଯୋଗୁ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଭୁଶୁଡ଼ି ପଡ଼ିଥିବା ପିଜି (ପେୟିଂ ଗେଷ୍ଟ) ହଷ୍ଟେଲମାଲିକ ହରିରାମ ଗୁପ୍ତାଙ୍କୁ ଦିଲ୍ଲୀ ପୁଲିସ ସୋମବାର ରାଜସ୍ଥାନର ଭିୱାଡିରୁ ଗିରଫ କରିଛି। ଦିଲ୍ଲୀ ପୁଲିସ ପୂର୍ବରୁ ହରିରାମ ଗୁପ୍ତା ଓ ଅନ୍ୟମାନଙ୍କ ବିରୋଧରେ କୋଠା ଭୁଶୁଡ଼ିବା ଘଟଣାରେ ଏତଲା ରୁଜୁ କରିଥିଲା। ଅଭିଯୁକ୍ତଙ୍କ ନାଁରେ ହତ୍ୟା, କୋଠାର ରକ୍ଷଣାବେକ୍ଷଣରେ ଅବହେଳା ଓ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବା ଭଳି ଧାରାରେ ଅଭିଯୋଗ ରହିଛି।

ଆହୁରି ପଢନ୍ତୁ :Kharif Procurement 2026-27 ୨୦୨୬-୨୭ ଖରିଫ ମଣ୍ଡି ପାଇଁ ସରିଲା ଅବଧି, ୨୧ଲକ୍ଷରୁ ଅଧିକ ଚାଷୀଙ୍କ ପଞ୍ଜୀକରଣ

ଦିଲ୍ଲୀ ପୁଲିସ ହଷ୍ଟେଲ ମାଲିକଙ୍କୁ ଧରିବାକୁ ୧୦ଟି ଟିମ୍‌ ଗଠନ କରିଥିଲା। ଏହାସହିତ କୋଠା ମାଲିକଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ ମଧ୍ୟ ଜାରି ହୋଇଥିଲା। ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ସୋମବାର ଦକ୍ଷିଣ ଜୋନ୍ ଡେପୁଟି କମିସନର ରାକେଶ କୁମାର, ଦକ୍ଷିଣ ଜୋନର ଅଧୀକ୍ଷଣ ଯନ୍ତ୍ରୀ ରଣବୀର ସିଂହ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (କୋଠା) ଲଳିତ କୁମାର ଗୋଏଲ, ସହକାରୀ ଯନ୍ତ୍ରୀ (କୋଠା) ସୁନୀଲ ଚୌହାନ ଓ କନିଷ୍ଠ ଯନ୍ତ୍ରୀ (କୋଠା) ଆଶିଷ କୁମାରଙ୍କୁ ନିଲମ୍ବନ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.