Bronze: ସୀମା ଜିତିଲେ ଡିସ୍‌କସ୍‌ କାଂସ୍ୟ

3 days ago 1
ARTICLE AD BOX

ମହିଳା ଡିସ୍‌କସ୍‌ ଥ୍ରୋରେ ଭାରତର ସୀମା କାଲିରାମନା କାଂସ୍ୟ ଜିତିଛନ୍ତି। ସେ ୫୮.୬୫ ମିଟର ଦୂରକୁ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ। ସେ ୬ଷ୍ଠ ଭାରତୀୟ ମହିଳା ଭାବେ ରାଜ୍ୟଗୋଷ୍ଠୀ ଡିସ୍‌କସ୍‌ ପଦକ ଜିତିଛନ୍ତି।

 (sambad.in) Seema Kaliraman Photograph: (sambad.in)

ଗ୍ଲାସ୍‌ଗୋ: ମହିଳା ଡିସ୍‌କସ୍‌ ଥ୍ରୋରେ ଭାରତର ସୀମା କାଲିରାମନା କାଂସ୍ୟ ଜିତିଛନ୍ତି। ସେ ୫୮.୬୫ ମିଟର ଦୂରକୁ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ। ସେ ୬ଷ୍ଠ ଭାରତୀୟ ମହିଳା ଭାବେ ରାଜ୍ୟଗୋଷ୍ଠୀ ଡିସ୍‌କସ୍‌ ପଦକ ଜିତିଛନ୍ତି। 

୫୦୦୦ ମିଟରରେ ପାରୁଲ ବିଫଳ

୬୧.୬୬ ମିଟର ସହ ଜାମାଇକାର ସାମାନ୍ଥା ହଲ୍‌ ସ୍ବର୍ଣ୍ଣ ଜିତିଥିବାବେଳେ କାନାଡାର ଜୁଲିଆ ଟଙ୍କ୍‌ ୬୦.୬୭ ମିଟର ଥ୍ରୋ ସହ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲେ। ଭାରତର ନିଧି ରାଣୀ ୪ର୍ଥ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ମହିଳା ୫୦୦୦ ମିଟରରେ ଭାରତର ପାରୁଲ ଚୌଧୁରୀ ପଦକ ଜିତିବାରେ ବିଫଳ ହୋଇଛନ୍ତି। ଏହି ରେସ୍‌କୁ ସେ ୧୫.୦୯.୫୬ରେ ପୂରଣ କରି ୧୩ତମ ସ୍ଥାନରେ ରହିଥିଲେ। ଏପରିକି ସେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠକୁ ହାସଲ କରିବାରେ ବିଫଳ ହୋଇଥିଲେ।

CWG 2026 closing ceremony: ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପନ ଉତ୍ସବରେ ଜଲୱା ଦେଖାଇବେ ଭାରତର ତାରକା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.