Boy Found Dead ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

2 weeks ago 10
ARTICLE AD BOX

ଯୋଡ଼ା:କେନ୍ଦୁଝରଜିଲ୍ଲା ଯୋଡ଼ାସ୍ଥିତ ଖୁଣ୍ଟପାଣି ଜଙ୍ଗଲରୁ ଆଜି (ଶୁକ୍ରବାର)  ପୁଲିସ ଏକ ନାବାଳକ (୯ବର୍ଷ)ଙ୍କ ମୃତଦେହ ଉଦ୍ଧାର କରିଛି । ନାବାଳକଙ୍କୁ ଚିହ୍ନଟ କରାଯାଇଛି। ସେ ନିକଟସ୍ଥ ଗାଁର କ୍ରିଷ୍ଣା କାଳନ୍ଦୀ ବୋଲି ଜଣାଯାଇଛି। 

Murder: ମା’ଙ୍କ ପ୍ରତି ଖରାପ ନଜର ପକାଇବାରୁ ହତ୍ୟା: ୨ ଅଭିଯୁକ୍ତ ଗିରଫ, ନାବାଳକ ଅଟକ

ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ୧୫ ତାରିଖ ରାତିରେ କ୍ରିଷ୍ଣା କାଳନ୍ଦୀ (୯) ତାଙ୍କ ମଝିଆଁ ଭଉଣୀ ଓ ଭିଣୋଇଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରୁ ଭଉଣୀ ଓ ଭିଣେଇ ଦୁହେଁ ସେଠାରୁ ଘରକୁ ଫେରିଥିଲେ ମଧ୍ୟ କ୍ରିଷ୍ଣା ଫେରିନଥିଲେ।  ଶୁକ୍ରବାର ସ୍ଥାନୀୟ ଲୋକେ ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ। 

Missing: ଘର ସାମ୍ନାରୁ ନାବାଳକ ନିଖୋଜ

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ନାବାଳକଙ୍କ ବଡ଼ ଭଉଣୀ ଓ ପରିବାର ବର୍ଗ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ କୁ ଅଭିଯୋଗ କରିଛନ୍ତି।  ଏ ନେଇ ଯୋଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ନଂ୧୮/୨୦୨୬ ରୁଜୁ କରାଯାଇଛି।  ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି।  ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୁଲିସ କହିଛି । ଅନ୍ୟ ପକ୍ଷରେ ମୃତ  ନାବାଳକ ଙ୍କ ମାମୁ ରାଜୁ ମୁଣ୍ଡା ଗଣ ମାଧ୍ୟମ ଆଗରେ ଅଭିଯୋଗ କରି କହିଛନ୍ତି ଯେ,  ପୁଲିସ ଘଟଣାକୁ ଚାପିବାକୁ  ଉଦ୍ୟମ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.