Bombay HC: ଦିଶା ସାଲିଆନ୍‌ ମୃତ୍ୟୁ ତଦନ୍ତ ତଦାରଖ କରିବେ ସିବିଆଇ ଅଧିକାରୀ ସୀମା ପାହୁଜା

1 day ago 2
ARTICLE AD BOX

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଯାଉଥିବାବେଳେ ଏହାର ତଦାରଖ ଦାୟିତ୍ବ ବରିଷ୍ଠ ସିବିଆଇ ଅଧିକାରୀ ସୀମା ପାହୁଜାଙ୍କୁ ଦିଆଯାଇଛି। ପାହୁଜା (୫୯) ବର୍ତ୍ତମାନ ସିବିଆଇ ସ୍ବତନ୍ତ୍ର କ୍ରାଇମ୍‌ ୟୁନିଟ ଏସ୍‌ପି ଭାବେ ଦିଲ୍ଲୀରେ ଅବସ୍ଥାପିତ ହୋଇଥିବାବେଳେ ଅନେକ ହାଇପ୍ରୋଫାଇଲ ମାମଲାର ତଦନ୍ତ କରିଛନ୍ତି।ସାଲିଆନଙ୍କର ୨୦୨୦ ଜୁନ୍‌ ୮ ତାରିଖରେ ମୁମ୍ବାଇର ମଲାଡ ଅଞ୍ଚଳରେ ଏକ ବହୁତଳ କୋଠାରୁ ଖସି ପଡ଼ିବା ଯୋଗୁ ମୃତ୍ୟୁ ହୋଇଥିଲା। 

ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ମୁମ୍ବାଇ ପୁଲିସ ସାଲିଆନ୍‌ଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଭାବରେ ଗ୍ରହଣ କରିଥିଲା, ମହାରାଷ୍ଟ୍ର ଏସ୍ଆଇଟି ପରେ ତଦନ୍ତ କରି ଏଥିରେ କୌଣସି ତ୍ରୁଟି ପାଇନଥିଲା। ତେବେ ଦିଶାଙ୍କ ବାପାଙ୍କ ଅଭିଯୋଗକ୍ରମେ ମାମଲାର ପୁନଃତଦନ୍ତ ଆରମ୍ଭ ହୋଇଛି। ଦିଶାଙ୍କ ବାପା ସତୀଶ ସାଲିଆନ୍‌ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଓ ପ୍ରମାଣ ଲୁଚାଇବାକୁ ପ୍ରୟାସ କରାଯାଇଥିଲା ଅଭିଯୋଗ କରି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦିଶା ସାଲିଆନ୍ ମୃତ୍ୟୁ ମାମଲା ଏବେ ସିବିଆଇ ଗ୍ରହଣ କରୁଥିବାରୁ ସୀମା ପାହୁଜା ତଦନ୍ତ ତଦାରଖ କରିବେ। 

ପାହୁଜା ୨୦୨୦ ହଥରସ୍‌ ଦୁଷ୍କର୍ମ-ହତ୍ୟା ମାମଲା, ୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାର ତଦନ୍ତ କରିଥିବାବେଳେ ୨୦୨୪ ଆର୍‌ଜି କର କନିଷ୍ଠ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତକାରୀ ଅଧିକାରୀ ଥିଲେ। ପାହୁଜା ୨୦୧୭ ମସିହାରେ ସିମ୍‌ଲାରେ ହୋଇଥିବା ଗୁଡିଆ ଦୁର୍ଷ୍କମ-ହତ୍ୟା ମାମଲାର ତଦନ୍ତକାରୀ ଦଳରେ ସାମିଲ ଥିଲେ। ସିମଲାର କୋଟଖାଇରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ସିବିଆଇ ତଦନ୍ତ ଶେଷରେ ଏହି ମାମଲାରେ ଜଣେ କାଠ କଟାଳୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ସୂଚନାଯୋଗ୍ୟ, ପାହୁଜା ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ୨୦୨୧ରେ ସ୍ବର୍ଣ୍ଣ ପଦକ ଜିତିଥି‌ଲେ।

Manipur Violence: ମଣିପୁର ହିଂସା: ନାଗା ଗାଁ ଉପରେ ଆକ୍ରମଣ କରି ୫ ଘର ପୋଡ଼ିଦେଲେ କୁକି ଆତଙ୍କବାଦୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.