Bomb Clash Between Two Brothers ଦୁଇଭାଇ ଝଗଡ଼ା ଲାଗି ପରସ୍ପରକୁ ‌ବୋମା ଫିଙ୍ଗିଲେ, ଜଣଙ୍କ ମୃତ୍ୟୁ, ଅନ୍ୟଜଣଙ୍କ ହାତ ଛିଣ୍ଡିଲା

1 day ago 2
ARTICLE AD BOX

ଭୁବନେଶ୍ବର: ଭୁବନେଶ୍ୱର ଚନ୍ଦକା ଥାନା ମହୁଲ ଗାଁରେ ଦୁଇଭାଇଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରିସ୍ଥିତି ଏଭଳି ହେଲା ଯେ ଉଭୟେ ଉଭୟଙ୍କ ଉପରକୁ ବୋମା ମାଡ଼ କରିଥିଲେ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତହୋଇଛନ୍ତି। 

Drama venue: ନାଟକ ମଞ୍ଚ ରଣକ୍ଷେତ୍ର: ବୋମାମାଡ଼ରେ ୧୬ ଆହତ

ଚନ୍ଦକା ଅଞ୍ଚଳରେ ବୋମାମାଡ଼ ହୋଇଥିବା ସୂଚନା ପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଜଙ୍ଗଲୀ ଜନ୍ତୁ ଶିକାର ନିମନ୍ତେ ସେମାନେ ଘରେ ହାତତିଆରି ବୋମା ରଖିଥିଲେ। ତେବେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ପରସ୍ପରକୁ ବୋମାମାଡ଼ କରିଥିଲେ। ବୋମାମାଡ଼ରେ ବଡ଼ଭାଇ ମୋହନ ପାଢ଼ୀଙ୍କ ମୃତ୍ୟୁ ଘଟିଥିବା ବେଳେ ସାନଭାଇ ମଦନ ପାଢ଼ୀ ଗୁରୁତର ଆହତ ହୋଇଛନ୍ତି। ମଦନଙ୍କ ଗୋଟିଏ ହାତ ଛିଣ୍ଡି ପଡ଼ିଛି। 

Bail Application Rejected: ବଳିଆପଣ୍ଡା ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତର ଜାମିନ୍‌ ଆବେଦନ ଖାରଜ

ଗୁରୁତର ଆହତ ମଦନ ପାଢ଼ୀଙ୍କ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସମ୍ପ୍ରତି, ଭୁବନେଶ୍ବର ଡିସିପି,  ଜୋନ୍୬ ଏସିପି, ସାଇଣ୍ଟିଫିକ୍ ଟିମ୍  ଘଟଣାସ୍ଥଳରେ ପହଞ୍ଚି ନମୂନା ସଂଗ୍ରହ କରିବା ସହ ପରବର୍ତୀ ତଦନ୍ତ ଆରମ୍ଭ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.