Bomb Attack: ପରସ୍ପରକୁ ଫିଙ୍ଗିଲେ ବୋମା: ବଡ଼ ଭାଇର ଗଲା ଜୀବନ, ସାନ ଗୁରୁତର

1 day ago 1
ARTICLE AD BOX

ଭୁବନେଶ୍ବର: ଚନ୍ଦକା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଦୁଇଟି ବୋମାମାଡ଼ରେ ଥରି ଉଠିଲା ଖୋର୍ଦ୍ଧା ଚନ୍ଦକା ଥାନା ମହୁଲି ଗାଁ ଅଞ୍ଚଳ। ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ାକୁ ପରସ୍ପରକୁ ଫିଙ୍ଗିଲେ ବୋମା । ବୋମା ମାଡ଼ରେ ଜଣେ ଭାଇ ମୃତ। ଅନ୍ୟଜଣେ ଜଣେ ଆହତ ଭାଇକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରା ଯାଇଛି ।

ନମୁନା ସଂଗ୍ରହ କରିବା ସହ ଭୁବନେଶ୍ବର ଡିସିପି ଆରମ୍ଭ କରିଛନ୍ତି ତଦନ୍ତ 

ଖବର ପାଇ ଘଟଣା ସ୍ଥଳରେ ପ୍ରଥମେ ଚନ୍ଦକା ଥାନା ଅଧିକାରୀ ଓ ପିସିଆର୍ ଟିମ୍ ପହଞ୍ଚିଥିଲେ । ପରେ ଜୋନ୍୬ ଏସିପି, ସାଇଣ୍ଟିଫିକ୍ ଟିମ୍ ଓ ଭୁବନେଶ୍ବର ଡିସିପି କ୍ରାଇମ୍ ସ୍ପଟ୍ ରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ଆରମ୍ଭ କରିଛନ୍ତି ତଦନ୍ତ । ବୋମା ମାଡ଼ରେ ମୃତ୍ୟୁବରଣ କରିଥିବା ବଡ଼ ଭାଇ ହେଉଛନ୍ତି ମୋହନ ପାଢ଼ୀ। ଗୁରୁତର ହୋଇଥିବା ସାନ ଭାଇ ମଦନ ପାଢ଼ୀ। ତାଙ୍କ ହାତ ଛିଡ଼ି ଯାଇଛି । ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

Journalist: ଜାତୀୟ ରାଜପଥରେ ଅସାମାଜିକଙ୍କ ଆତଙ୍କ, ସାମ୍ବାଦିକଙ୍କ ଗାଡ଼ି ଉପରେ ଅତର୍କିତ ଆକ୍ରମଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.