Bollywood: ଆଇଆଇଟିଆନ୍‌ରୁ ବଲିଉଡ୍‌ ନାୟକ

27 minutes ago 1
ARTICLE AD BOX

ଆଇଆଇଟିରୁ ପାଠପଢ଼ି ମୋଟା ଦରମାରେ ଚାକିରି କରିବା ଅନେକଙ୍କ ସ୍ବପ୍ନ। ହେଲେ ଏଭଳି ସୁନିଶ୍ଚିତ କ୍ୟାରିୟର୍‌କୁ ଛାଡ଼ି ଅଭିନୟର ରାସ୍ତା ବାଛିବା ପରି ସାହସ ସଭିଏଁ କରିପାରନ୍ତି ନାହିଁ। ଅଭିନେତା ଜିତେନ୍ଦ୍ର କୁମାର ହେଉଛନ୍ତି ସେଇଭଳି ଜଣେ ଭିନ୍ନ ଉଦାହରଣ। ଆଇଆଇଟିରୁ ବିଟେକ୍‌ କରିବା ପରେ ପାରମ୍ପରିକ ରାସ୍ତା ଛାଡ଼ି ଅଭିନୟ ଦୁନିଆରେ ପାଦ ଥାପିଥିଲେ ସେ। ତାଙ୍କର ଏହି ନିଷ୍ପତ୍ତି ଜିତେନ୍ଦ୍ରଙ୍କୁ ଭିନ୍ନ ପରିଚୟ ପ୍ରଦାନ କରିଛି।

Rajbhasha Hindi Workshop: ହିନ୍ଦୀର ପ୍ରଚାର କେବଳ 'ହିନ୍ଦୀ ଦିବସ' ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ

ପିଲାଦିନେ ସ୍କୁଲ୍‌ରେ ପାଠ ପଢ଼ିବାବେଳେ ରାମାୟଣର ‘ତାଡ଼କା’ ହୋଇଥିଲେ ଜିତେନ୍ଦ୍ର। ଏହା ଥିଲା ତାଙ୍କ ଜୀବନର ପ୍ରଥମ ଅଭିନୟ। ପରବର୍ତ୍ତୀ ସମୟରେ ଅଭିନୟ ନିଶା ତାଙ୍କୁ ଏମିତି ଘାରିଲା ଯେ ସେ ଇଂଜିନିୟରରୁ ଆକ୍ଟର ବନିଗଲେ। ‘କୋଟା ଫ୍ୟାକ୍ଟ୍ରି’ର ଜିତୁ ଭୈୟା ଓ ‘ପଞ୍ଚାୟତ’ର ଅଭିଷେକ ତ୍ରିପାଠୀ ଭୂମିକାରେ ଚମତ୍କାର ଅଭିନୟ ତାଙ୍କୁ ପରିଚୟ ଦେଲା। ଜିତେନ୍ଦ୍ର ଏବେ ‘ମିର୍ଜାପୁର: ଦ ମୁଭି’ର ସଫଳତା ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ବିଶ୍ୱବ୍ୟାପୀ ୨୭୦ କୋଟି ଟଙ୍କାରୁ ଅଧିକ ଆୟ କରିଥିବାବେଳେ ଏଥିରେ ସେ ମୂଳ ସିରିଜ୍‌ର ଚରିତ୍ର ବବଲୁ ପଣ୍ଡିତ ଭୂମିକାରେ ନଜର ଆସିଛନ୍ତି। ଏହି ଚରିତ୍ରକୁ ପୂର୍ବରୁ ବିକ୍ରାନ୍ତ ମେସି ନିଭାଉଥିଲେ।

ଜିତେନ୍ଦ୍ର କୁମାରଙ୍କ ଘର ରାଜସ୍ଥାନର ଖୈରଥଲରେ। ଅନ୍ୟମାନଙ୍କ ପରି ଜିତେନ୍ଦ୍ରଙ୍କ ବାପାମାଆ ବି ପୁଅର ଭବିଷ୍ୟତକୁ ନେଇ ସ୍ବପ୍ନ ଦେଖିଥିଲେ। ହେଲେ ଆଇଆଇଟି ଖଡ଼ଗପୁରରେ ସିଭିଲ୍‌ ଇଞ୍ଜିନିୟରିଂ ପଢ଼ୁଥିଲେ ହେଁ, ଜିତେନ୍ଦ୍ର ସୁଯୋଗ ମିଳିଲେ ଅଭିନୟରେ କ୍ୟାରିୟର୍‌ ଗଢ଼ିବାକୁ ଇଚ୍ଛୁକ ଥିଲେ। ସେ ‘ହିନ୍ଦୀ ଟେକ୍ନୋଲୋଜି ଡ୍ରାମାଟିକ୍ସ ସୋସାଇଟି’ ସହ ମଧ୍ୟ ଜଡ଼ିତ ଥିଲେ। ଆଇଆଇଟିରେ ପଢ଼ୁଥିବା ସମୟରେ ଜିତେନ୍ଦ୍ରଙ୍କର ପ୍ରଯୋଜକ ବିଶ୍ୱପତି ସରକାରଙ୍କ ସହ ପରିଚୟ ଗଢ଼ି ଉଠିଥିଲା। ତାଙ୍କ ସମର୍ଥନରେ ସେ ନିଜ ସ୍ବପ୍ନ ପୂରଣ କରିବାର ସୁଯୋଗଟିଏ ପାଇଲେ। ୨୦୧୨ରେ ଇଞ୍ଜିନିୟରିଂ ଡିଗ୍ରି ଶେଷ କରିବା ପରେ ପରେ ସେ ଅଭିନୟକୁ କ୍ୟାରିୟର୍‌ ଭାବେ ବାଛିଥିଲେ। ତେବେ ମୁମ୍ବାଇରେ ରହି ଅଭିନୟକୁ ନେଇ କ୍ୟାରିୟର୍‌ ଗଢ଼ିବା ପ୍ରାରମ୍ଭରେ ତାଙ୍କ ପାଇଁ ସହଜ ନଥିଲା। ସେଥିପାଇଁ କିଛି ଦିନ ସେ ବେଙ୍ଗାଲୁରୁରେ ଚାକିରି ମଧ୍ୟ କରିଥିଲେ। ହେଲେ ସେଠାରେ ତାଙ୍କ ମନ ମାନୁ ନଥିଲା। ଉଚ୍ଚ ବେତନପ୍ରାପ୍ତ ଚାକିରି କରି ମଧ୍ୟ ସେ ମନୋରଞ୍ଜନ ଶିଳ୍ପକୁ ନେଇ ସ୍ବପ୍ନ ଦେଖିବା ଜାରି ରଖିଥିଲେ।

Job: ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ

ତାଙ୍କ କ୍ୟାରିୟର୍‌ରେ ବଡ଼ ମୋଡ଼ ଆଣିଥିଲା ‘ମୁନ୍ନା ଜଜ୍‌ବାତୀ: ଦ କ୍ୟୁ-ଟିୟା ଇଣ୍ଟର୍ନ’। ୨୦୧୩ରେ ସ୍କେଚ୍‌ ଭିଡିଓ ‘ଦ ଭାଇରାଲ୍‌ ଫିଭର୍‌’ (ଟିଭିଏଫ୍‌) ଅନ୍‌ଲାଇନ୍‌ରେ ବେଶ୍‌ ଲୋକପ୍ରିୟ ହୋଇଥିଲା। ଭିଡିଓଟିକୁ ୩୦ ଲକ୍ଷରୁ ଅଧିକ ଥର ଦେଖାଯାଇଥିଲା। ଏହା ପରେ ଅଭିନୟ ଦୁନିଆରେ ତାଙ୍କ ପରିଚୟ ଆହୁରି ଦୃଢ଼ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.