ARTICLE AD BOX
ଘୁ.ଉଦୟଗିରି (ସମୀର ପାଢ଼ୀ): ସ୍ଥାନୀୟ ବ୍ଲକ ପ୍ରେକ୍ଷାଳୟରେ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୭ତମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକର ସ୍ୱାସ୍ଥ୍ୟ, ରାସ୍ତାଘାଟ, ବିଦ୍ୟୁତ୍ ଓ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରୁନଥିବାରୁ ସଦସ୍ୟମାନେ ଉଦ୍ବେଗ ପ୍ରକାଶ ପାଇଥିଲା।
vehicle checking drive ଆଉ ନିସ୍ତାର ନାହିଁ, ସବୁ ଗାଡ଼ିମୋଟରକୁ ତନ୍ନତନ୍ନ ଖୋଜୁଛନ୍ତି ଘୁ ଉଦୟଗିରି ପୁଲିସ
ବୈଠକରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମିଶ୍ର, ଜିପିଓ ଅନିଲ କୁମାର ପଟ୍ଟନାୟକ, ଉପାଧ୍ୟକ୍ଷ ଏନ୍.ଲୁକ, ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରତିକାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଲକ୍ର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ-ସଭ୍ୟା, ବିଭିନ୍ନ ଲାଇନ୍ ବିଭାଗର କର୍ମଚାରୀ ଓ ସରକାରୀ ବିଭାଗର ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ। ପ୍ରଥମେ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ବିଭାଗର ଯୋଜନା, କାର୍ଯ୍ୟକ୍ରମ ଓ ଲୋକଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ।
G Udayagiri: ନାହିଁନାହିଁରେ ଚାଲିଛି ଘୁ.ଉଦୟଗିରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା
ବୈଠକରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ବେଡ୍ସିଟ୍ ମିଳୁନଥିବା ପ୍ରସଙ୍ଗ ଉଠିଥିଲା। ଗ୍ରେଶିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ ଏନେଇ ପ୍ରଶ୍ନ ଉଠାଇ ରୋଗୀମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ଗୁରୁତ୍ୱ ଦେଇଥିଲେ।ସେହିପରି ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଓ ଆଗାମୀ ଦିନରେ ହେବାକୁ ଥିବା କାମ ନେଇ ଆଲୋଚନା ହୋଇଥିଲା। ସରପଞ୍ଚମାନଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅନୁମୋଦିତ କାମଗୁଡ଼ିକୁ ଶୀଘ୍ର ଶେଷ କରିବା ଉପରେ ଜୋର ଦିଆଯାଇଥିଲା। ଜିପିଡିପି (GPDP) ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅର୍ଥ ଆସିନଥିବାରୁ ଅନୁମୋଦିତ କାମ କିପରି ହେବ, ସେନେଇ ଜନପ୍ରତିନିଧିମାନେ ପ୍ରଶ୍ନ ଉଠାଇଥିଲେ। ପୂର୍ବରୁ କାମ ଶେଷ ହୋଇଥିଲେ ମଧ୍ୟ ପ୍ରାୟ ୫ ମାସ ଧରି ବିଲ୍ ହୋଇନଥିବା ଓ ଟଙ୍କା ଅଟକି ରହିଥିବା ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିଥିଲା। ଏହାର ଶୀଘ୍ର ସମାଧାନ ପାଇଁ ଦାବି ହୋଇଥିଲା। ସୂଗାମାହା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଗ୍ରାଣ୍ଟ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନଥିବା ନେଇ ପ୍ରଶ୍ନ ଉଠିଥିଲା। ଏହାସହ ଶ୍ରୀରାମପଦାଠାରୁ ଗ୍ରେଶିଙ୍ଗିଆ ଯାଇଥିବା ରାସ୍ତାର କାମ ବିଳମ୍ବ ହେବାର କାରଣ ନେଇ ମଧ୍ୟ ଆଲୋଚନା ହୋଇଥିଲା।
G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍ଟପ୍ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ
ବିଭିନ୍ନ ପଞ୍ଚାୟତର କିଛି ପରିବାର ଏପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ଥିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ଶୀଘ୍ର ବିଦ୍ୟୁତ୍ ସଂଯୋଗ ଯୋଗାଇଦେବା ନେଇ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା।ଚାଷୀମାନଙ୍କୁ ତାରବାଡ଼ ଯୋଗାଇବା ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିଥିଲା। ଉଦ୍ୟାନ ବିଭାଗର ଅଧିକାରୀ କହିଥିଲେ ଯେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ତାରବାଡ଼ ଯୋଗାଣ ଯୋଜନା ଦିଆଯାଉନାହିଁ। ତେଣୁ ଏନେଇ ଚାଷୀମାନଙ୍କୁ ସଠିକ୍ ସୂଚନା ଦେବାକୁ କୁହାଯାଇଥିଲା। ବୈଠକରେ ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ସହ ଲୋକଙ୍କ ମୌଳିକ ସୁବିଧାକୁ ପ୍ରାଥମିକତା ଦେଇ ଉନ୍ନୟନ କାର୍ଯ୍ୟଗୁଡ଼ିକ ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ମଧ୍ୟ ମତ ପ୍ରକାଶ ପାଇଥିଲା।

2 weeks ago
6


