BKPPER ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନକୁ ମିଳିଲା ମଞ୍ଜୁରି

1 hour ago 1
ARTICLE AD BOX

ଭୁବନେଶ୍ୱର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ (ବିକେପିପିଇଆର୍) ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ (ପିପିଆର୍) କୁ ଆଜି (ସୋମବାର) ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି (ଏସ୍ଏଲପିଏମସି) ଅନୁମୋଦିତ କରିଛି। 

ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ବାହ୍ୟ ସହାୟତାପ୍ରାପ୍ତ ପ୍ରକଳ୍ପ (ଇଏପି) ଅଧୀନରେ ଏହି ପ୍ରକଳ୍ପକୁ ଆଗକୁ ନେବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

Four cities under development lens: ବିକାଶ ଲେନ୍ସରେ ୪ ସହର: ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ନେଇ ଅ‌ର୍ଥନୈତିକ ଯୋଜନା ଆରମ୍ଭ

କେନ୍ଦ୍ର ସରକାରଙ୍କ ସିଟି ଇକୋନୋମିକ୍ ରିଜିଅନ୍ (ସିଇଆର) ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର ୪ଟି ପାଇଲଟ୍ ଅର୍ଥନୈତିକ ଅଞ୍ଚଳ ମଧ୍ୟରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍ (ବିକେପିପିଇଆର୍) କୁ ସାମିଲ କରାଯାଇଛି। ଏହି ଅଞ୍ଚଳ ପାଇଁ ୫,୦୦୦ କୋଟି ଟଙ୍କାର ପ୍ରାରମ୍ଭିକ ପ୍ରକଳ୍ପ ସହାୟତା ପ୍ରସ୍ତାବିତ ହୋଇଛି। ଏଥିରୁ ୭୦ ପ୍ରତିଶତ (୩,୫୦୦ କୋଟି ଟଙ୍କା) ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଋଣ ମାଧ୍ୟମରେ ଏବଂ ୩୦ ପ୍ରତିଶତ (୧,୫୦୦ କୋଟି ଟଙ୍କା) କେନ୍ଦ୍ର ସରକାରଙ୍କ ସିଇଆର ଯୋଜନା ଅଧୀନରେ ଉପଲବ୍ଧ ହେବ।

ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ଏକ ସମନ୍ୱିତ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରି ବିନିଯୋଗ, ଶିଳ୍ପ, ପର୍ଯ୍ୟଟନ, ଲଜିଷ୍ଟିକ୍ସ, ବନ୍ଦରଭିତ୍ତିକ ଶିଳ୍ପ, ଜ୍ଞାନଭିତ୍ତିକ ଅର୍ଥନୀତି ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା। ପ୍ରକଳ୍ପଟି ଓଡ଼ିଶା ଭିଜନ-୨୦୩୬ ଓ ୨୦୪୭ ଲକ୍ଷ୍ୟ ପୂରଣ ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ। ପ୍ରସ୍ତାବିତ ବିକେପିପିଇଆର୍ ଅଞ୍ଚଳରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ୧୯ଟି ପୌରାଞ୍ଚଳ (ୟୁଏଲ୍‌ବି) ସାମିଲ ହୋଇଛି । 

Trade: ରାମେଶ୍ବର-ପାରାଦୀପ କରିଡର; ପର୍ଯ୍ୟଟନ, ବାଣିଜ୍ୟ ବଢ଼ାଇବ

ପ୍ରକଳ୍ପ ଅଧୀନରେ ସମନ୍ୱିତ ଆଞ୍ଚଳିକ ପରିବହନ ବ୍ୟବସ୍ଥା (ରିଜିଓନାଲ ମୋବିଲିଟି), ସ୍ମାର୍ଟ ଓ ଜଳବାୟୁ ଅନୁକୂଳ ସହରୀ ଭିତ୍ତିଭୂମି, ସାଧାରଣ ପରିବହନ ବ୍ୟବସ୍ଥାର ବିସ୍ତାର, ମଲ୍ଟିମୋଡାଲ ହବ୍, କର୍ମଜୀବୀଙ୍କ ପାଇଁ ଆବାସ, ଭୁବନେଶ୍ୱର ନୂତନ ସହର, ସହର ପୁନର୍ବିକାଶ, ନଦୀତଟ ଓ ଜଳାଶୟ ବିକାଶ, ବନ୍ଦର ଭିତ୍ତିକ ଶିଳ୍ପ, ଜ୍ଞାନ ଓ ସ୍ୱାସ୍ଥ୍ୟ ହବ୍ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରହିଛି। 

Critical Mineral Processing Park: ପାରାଦୀପରେ ହେବ କ୍ରିଟିକାଲ୍‌ ମିନେରାଲ୍‌ ପ୍ରୋସେସିଂ ପାର୍କ

ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ପରେ ଏହାକୁ ଅର୍ଥ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ୍ ଇକୋନୋମିକ୍ ଆଫେୟାର୍ସ (ଡିଇଏ) ପୋର୍ଟାଲରେ ଅପଲୋଡ୍ କରାଯାଇ ପରବର୍ତ୍ତୀ ମୂଲ୍ୟାଙ୍କନ ଓ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । 

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.