BJP: ସଂଗଠନ ସହ ସମନ୍ବୟ ରକ୍ଷା କରିବା ଲାଗି ପରାମର୍ଶ ଦେଲେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ

1 week ago 8
ARTICLE AD BOX

କଟକ: ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ ସାଂସଦ ଓ ବିଧାୟକମାନଙ୍କୁ ଟାକ୍ସ ଦେଇଛନ୍ତି। ସମସ୍ତଙ୍କୁ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହିତ ସଂଗଠନ ସହ ସମନ୍ବୟ ରକ୍ଷା କରିବା ଲାଗି କହିଛନ୍ତି।   

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଆଜି ଦ୍ବିତୀୟ ଦିନ

କଟକର ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଆଜି ଦ୍ବିତୀୟ ଦିନ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକର ଶୁଭାରମ୍ଭ ହୋଇଛି। ଆଜି ଜିଲ୍ଲା ସଭାପତି ଓ ପ୍ରଭାରୀଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।  ଏଥିରେ ଜିଲ୍ଲା ଗୁଡିକର ରିପୋର୍ଟ କାର୍ଡ ମଗାଯିବ। ପରବର୍ତ୍ତୀ ଅଧିବେଶନରେ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ହେବ। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ରାଜ୍ୟର ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହେବ। ଶେଷ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ସଭାପତି ତାଙ୍କର ଅଭିଭାଷଣ ରଖିବେ।

ଜବାହରଲାଲ୍‌ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଗତକାଲି ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଥିଲା। ଏହି ଦୁଇଦିନିଆ ବୈଠକକୁ ବିଜେପିର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଉଦ୍‌ଘାଟନ କରିଥିଲେ

ଆଗାମୀ ଦିନରେ ବିଜେପି କ’ଣ କରିବାକୁ ଚାହୁଁଛି, ତାହା ଆଲୋଚନା କରାଯାଇ ୨ମାସର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବ। ସାଂସଦ ଓ ବିଧାୟକଙ୍କ ସହିତ ସ୍ବତନ୍ତ୍ର ବୈଠକ ବସିବା ପରେ ରବିବାର ସକାଳେ ଜିଲ୍ଲା ସଭାପତି, ପ୍ରଭାରୀଙ୍କର ସମୀକ୍ଷା ବୈଠକ ବସିବ। ଏଥିରେ ଜିଲ୍ଲାମାନଙ୍କ ରିପୋର୍ଟ କାର୍ଡ ମଗାଯିବ। ପରବର୍ତ୍ତୀ ଅଧିବେଶନରେ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ଏକ ଜାତୀୟ ଦଳ ହୋଇଥିବାରୁ ରାଜ୍ୟର ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହେବ। ଶେଷ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସଭାପତି ତାଙ୍କର ଅଭିଭାଷଣ ରଖିବେ। ଅଖିଳ ଭାରତୀୟ ସାଧାରଣ ସମ୍ପାଦକ (ସଂଗଠନ) ଭିଏଲ୍‌ ସନ୍ତୋଷ ଉଦ୍‌ଯାପନୀ ଉଦ୍‌ବୋଧନ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।। ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ବୈଠକରେ ଦୁଇଦିନ ଧରି ୧୦ଟି ପ୍ରସଙ୍ଗରେ ଆଲୋଚନା ହେବ। 

Dies: ପାରଳାଖେମୁଣ୍ଡି ସବ ଜେଲରେ ଅଭିଯୁକ୍ତଙ୍କର ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.