BJP: ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଗାଡ଼ିମାଳା ଆଗରେ ପ୍ରତିବାଦ କରି ରବନୀତ ବିଟ୍ଟୁ ଅଟକ

14 minutes ago 1
ARTICLE AD BOX

ଲୁଧିୟାନା: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଗାଡ଼ି ମାଳା ଆଗରେ ଶନିବାର ପ୍ରତିବାଦ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ ସିଂହ ବିଟ୍ଟୁ ଅଟକ ରହିଛନ୍ତି। ପଞ୍ଜାବ କୃଷି ବିଶ୍ବବିଦ୍ୟାଳୟ ପକ୍ଷରୁ କିଶାନ ମେଳାର ଆୟୋଜନ କରାଯାଇଥିବାବେଳେ ମାନ୍‌ କାର୍ଯ୍ୟକ୍ରମକୁ ଆସିଥିଲେ। ମାନ୍‌ଙ୍କ ଗାଡ଼ିମାଳା ଆସିବା ସମୟରେ ବିଶ୍ବବିଦ୍ୟାଳୟ ଫାଟକ ନିକଟରେ ବିଟ୍ଟୁ ଅଣ୍ଡା ଓ ମଦ ଧରି ପ୍ରତିବାଦ କରିଥିଲେ। ପ୍ରତିବାଦ ସମୟରେ ବିଟ୍ଟୁ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳା ଆଡ଼କୁ ମଦ ବୋତଲ ଦେଖାଇ କହିଲେ ଯେ, ମୁଖ୍ୟମନ୍ତ୍ରୀ ମଦ ଉପଭୋଗ କରୁଥିବାବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀରୁ ପଞ୍ଜାବ ଲୁଟିବା ପାଇଁ ଅନୁମତି ଦେଇଛନ୍ତି। ବିଟ୍ଟୁ ଆହୁରି କହିଥିଲେ, ଗତକାଲି ତାଙ୍କ ଗାଡ଼ି ଉପରେ ଯେଉଁ ଅଣ୍ଡା ଓ ଟମାଟୋ ମାଡ଼ ହୋଇଥିଲା, ତାହାକୁ ସେ ଫେରାଇବାକୁ ଆସିଥିଲେ।

ଅଣ୍ଡା ଓ ମଦ ଧରି ପ୍ରତିବାଦ

ସୂଚନାଯୋଗ୍ୟ, ଗତକାଲି ବିଟ୍ଟୁ ବିଜେପିର ନିଶା ମୁକ୍ତ ପଞ୍ଜାବ ଯାତ୍ରା ପାଇଁ ଯାଉଥିବାବେଳେ ତାଙ୍କ ଗାଡ଼ି ଉପରେ ବଟାଲା ନିକଟରେ ଆକ୍ରମଣ ହୋଇଥିଲା। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର କର୍ମୀମାନେ ତାଙ୍କ ଗାଡ଼ିକୁ ଘେରି ପ୍ରତିବାଦ କରିଥିବା ବିଟ୍ଟୁ ଅଭିଯୋଗ କରିଥିଲେ। ଆପ୍‌ କର୍ମୀଙ୍କ ଆକ୍ରମଣରେ ତାଙ୍କ ଗାଡ଼ିମାଳାରେ ସାମିଲ ଅନେକ ଗାଡ଼ିର କାଚ ଭାଙ୍ଗି ଯାଇଥିବା ସେ କହିଛନ୍ତି। ଆଜି ପଞ୍ଜାବ ପୁଲିସ ବିଟ୍ଟୁଙ୍କୁ ଅଟକ ରଖିବା ପରେ ସେ ଫେସ୍‌ବୁକ୍‌ରେ ପୋଷ୍ଟ କରି କହିଥିଲେ ଯେ, ଲୋକଙ୍କୁ ଅଟକ ରଖି କିମ୍ବା ପୁଲିସରେ ମାମଲା ରୁଜୁ କରି ଲୋକଙ୍କ ସ୍ବର ଦବାଇ ପାରିବ ନାହିଁ।

Jammu & Kashmir: ଆତଙ୍କବାଦୀଙ୍କୁ ସହାୟତା ଅଭିଯୋଗରେ ଜାମ୍ମୁ-କାଶ୍ମୀର ୩ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.