BJP slams Rahul Gandhi: ଆଲୋଚନାରେ ଭାଗ ନ ନେଇ ରାଜନୀତି କରିବାକୁ ଚାହୁଥିଲେ ରାହୁଲ ଗାନ୍ଧୀ: ବିଜେପି

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରୟାଗରାଜ ଗସ୍ତ ଅବସରରେ ଆୟୋଜିତ ହେବାକୁ ଥିବା ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମ ବାତିଲ୍‌ ହେବା ପରେ ଏହାକୁ ନେଇ ବିଜେପି କଟାକ୍ଷ କରିଛି। ବିଜେପି ଅଭିଯୋଗ କରିଛି ଯେ, ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ସତ୍ତ୍ୱେ ରାହୁଲ ଗାନ୍ଧୀ ସଂସଦରେ ଆଲୋଚନାରେ ଭାଗ ନ ନେଇ ବାହାରେ କ୍ଷୁଦ୍ର ରାଜନୀତି କରିବାକୁ ଚାହୁଥିଲେ।

ପ୍ରୟାଗରାଜର କେପି ଗ୍ରାଉଣ୍ଡରେ ଅଗଷ୍ଟ ୮ରେ ଏହି କାର୍ଯ୍ୟକ୍ରମ ହେବାର ଥିଲା। ରାହୁଲ ଗାନ୍ଧୀ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ସମେତ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଉପରେ ସେମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରଖିଥିଲେ। କିନ୍ତୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ପଡ଼ିଆରେ ଜଳ ଜମି ରହିଥିବା ଦର୍ଶାଇ କାୟସ୍ଥ ପାଠଶାଳା ଟ୍ରଷ୍ଟ ପୂର୍ବରୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରିବା ପରେ କାର୍ଯ୍ୟକ୍ରମ ବାତିଲ ହୋଇଥିଲା।

Rahul Gandhi: ମହଙ୍ଗା ପଡ଼ିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ

ସଂସଦ ପରିସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ କହିଛନ୍ତି, ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ମଞ୍ଚ ସଂସଦକୁ ଏଡ଼ାଇ ରାହୁଲ ଗାନ୍ଧୀ ବାହାରେ ରାଜନୀତି କରୁଛନ୍ତି। ତାଙ୍କ କହିବା ଅନୁସାରେ, କଂଗ୍ରେସ ପାଖରେ ନା ପ୍ରସଙ୍ଗ ଅଛି, ନା ଯୁକ୍ତି। ସେଥିପାଇଁ ଦଳ ସଂସଦରେ ବିତର୍କକୁ ଏଡ଼ାଉଛି। ସଂସଦରେ ଆଲୋଚନା ହେଲେ କଂଗ୍ରେସର ମିଥ୍ୟା ଓ ବିଭ୍ରାନ୍ତିକର ପ୍ରଚାର ପଦାକୁ ଆସିଯିବ ବୋଲି ସେ ଦାବି କରିଛନ୍ତି। ଚୁଘ ଆହୁରି କହିଛନ୍ତି, କଂଗ୍ରେସ ଛାତ୍ର ଆନ୍ଦୋଳନକୁ ନିର୍ବାଚନୀ ସ୍ୱାର୍ଥରେ ବ୍ୟବହାର କରିବାକୁ ଉଦ୍ୟମ କରୁଛି। ଝାଡ଼ଖଣ୍ଡ ଭଳି ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ଦଳ ନୀରବ ରହୁଥିବାବେଳେ ଅନ୍ୟ ରାଜ୍ୟରେ ସେମାନଙ୍କ ଆନ୍ଦୋଳନକୁ ରାଜନୈତିକ ଲାଭ ପାଇଁ ବ୍ୟବହାର କରୁଥିବା ଅଭିଯୋଗ ସେ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.