ARTICLE AD BOX
ଗୁଜରାଟର ବଡୋଦରା ଜିଲ୍ଲାର ମାଞ୍ଜଲପୁର ବିଧାନସଭା ଆସନରେ ବିଜେପିର ସତୀଶ ପଟେଲ ୩୦୦୦୦ ରୁ ଅଧିକ ଭୋଟ ଅନ୍ତରରେ ଜିତିଛନ୍ତି। ମାଞ୍ଜଲପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରବାରୀଙ୍କୁ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।
/sambad/media/media_files/2026/08/03/03bbs_28_03082026_112-2026-08-03-18-18-12.jpg)
ବଡୋଦରା: ଗୁଜରାଟର ବଡୋଦରା ଜିଲ୍ଲାର ମାଞ୍ଜଲପୁର ବିଧାନସଭା ଆସନରେ ବିଜେପିର ସତୀଶ ପଟେଲ ୩୦୦୦୦ ରୁ ଅଧିକ ଭୋଟ ଅନ୍ତରରେ ଜିତିଛନ୍ତି। ମାଞ୍ଜଲପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରବାରୀଙ୍କୁ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୩୦ ଜୁଲାଇରେ ଅନୁଷ୍ଠିତ ଉପନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୭.୫ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଭୋଟ ଗଣନା ଶେଷ ହୋଇଛି। ଭୋଟ ଗଣତି ଆରମ୍ଭ ହେବା ପରଠାରୁ ବିଜେପି ପ୍ରାର୍ଥୀ ଆଗରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ କୌଣସି ରାଉଣ୍ଡରେ ବି ଆଗକୁ ବଢ଼ି ପାରିନଥିଲେ। ବିଜେପି ପ୍ରାର୍ଥୀ ସତୀଶ ପଟେଲଙ୍କୁ ମୋଟ ୫୫୪୮୧ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରବାରୀଙ୍କୁ ୨୪୮୫୧ ଭୋଟ ମିଳିଥିଲା। ନୋଟାରେ ୨୨୪୭ ଭୋଟ ପଡ଼ିଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 hours ago
1


