BJP president: ନୂଆଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବଢ଼ିଲା ଚର୍ଚ୍ଚା

1 week ago 5
ARTICLE AD BOX

ଭୁବନେଶ୍ବର: ନୂଆଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କଟକରେ ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବା ପରେ ମନମୋହନ ସାମଲଙ୍କ ଗସ୍ତକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି। କୁହାଯାଉଛି ଯେ ସେ କେନ୍ଦ୍ର ନେତୃତ୍ବଙ୍କୁ ଭେଟି ଦଳର ସାଂଗଠନିକ ସ୍ଥିତି ସଂପର୍କରେ ସୂଚିତ କରିବେ। ଏପରିକି ଏହି ଆଲୋଚନା ସମୟରେ ନିଗମ ଅଧ୍ୟକ୍ଷ ପଦ ପୂରଣ ଲାଗି ବି ବିଚାର ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ମନ୍ତ୍ର୍ରିମଣ୍ଡଳ ସଂପ୍ରସାରଣ ନେଇ ବି କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିପାରନ୍ତି ଦଳ ନେତୃତ୍ବ।

ରାଜ୍ୟବାସୀମାନେ ବାରମ୍ବାର ବିଜେପିକୁ ଶାସନ ଦାୟିତ୍ୱ ପ୍ରଦାନ କରିଛନ୍ତି

ସୂଚନାଯୋଗ୍ୟ, ଗତକାଲି କଟକର ଜବାହାରଲାଲ ନେହରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦ୍‌ଯାପନ ଦିବସରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ୍‌. ସନ୍ତୋଷ କହିଛନ୍ତି ଯେ, ଯେଉଁ ରାଜ୍ୟମାନଙ୍କରେ ବିଜେପି ଥରେ ଶାସନ ଦାୟିତ୍ୱରେ ଆସିଛି, ଏହି ସେବା ମନୋଭାବ କାରଣରୁ ସେହି ରାଜ୍ୟବାସୀମାନେ ବାରମ୍ବାର ବିଜେପିକୁ ଶାସନ ଦାୟିତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶାରେ ସେବା ମନୋଭାବକୁ ଅଗ୍ରାଧିକାର ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ନିୟମିତ ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ସୁଖଦୁଃଖର ସାଥୀ ହୋଇ ଛିଡ଼ା ହେଉଛନ୍ତି। ଆଗାମୀ ପଞ୍ଚାୟତ, ନଗରପାଳିକା ଓ ସମବାୟ ନିର୍ବାଚନରେ ଲୋକଙ୍କ ସହ ଛିଡ଼ା ହେବା ସହିତ କଠିନ ପରିଶ୍ରମ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଶ୍ରୀ ସନ୍ତୋଷ ପରାମର୍ଶ ଦେଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରିଶ୍ରମ ଏବଂ ଦେଶବାସୀଙ୍କ ସଂକଳ୍ପକୁ ବୁଝି ପାରୁନଥିବା ବିରୋଧୀ ଦଳମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନିନ୍ଦା କରାଯିବା ସହିତ ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା। ପ୍ରତିକୂଳ ପରିସ୍ଥିତିରେ ଦେଶର ଆର୍ଥିକ ଅଭିବୃଦ୍ଧି ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଉଥିବାବେଳେ ବିରୋଧୀ ଦଳଗୁଡିକ ଅପପ୍ରଚାର କରି ଦେଶକୁ ବଦନାମ କରୁଛନ୍ତି। ବିରୋଧୀ ଦଳମାନେ ଦେଶ ବିଭାଜନକାରୀ ଶକ୍ତିମାନଙ୍କ ସହ ହାତ ମିଳାଇ, ବିଭିନ୍ନ ଦେଶ ବିରୋଧୀ ଗତିବିଧିରେ ସାମିଲ ହେଉଛନ୍ତି। ବନ୍ଦେ ମାତରମ୍‌କୁ କଂଗ୍ରେସ ଦଳ ଅବମାନନା କରିଛି। ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ବନ୍ଦେ ମାତରମ୍ ଗାନ ବେଳେ ଯେଉଁ ଭଳି ଆଚରଣ କଲେ ତାହା ଅତ୍ୟନ୍ତ କ୍ଷୋଭର ବିଷୟ ଓ ନିନ୍ଦନୀୟ। ସଂସଦରେ ମହିଳା ଆରକ୍ଷଣ ବିଲ୍‌କୁ ବିରୋଧ କରି କଂଗ୍ରେସ ଓ ବିରୋଧୀଦଳମାନେ ମହିଳା ବିରୋଧୀ ମନୋଭାବକୁ ପ୍ରକାଶିତ କରିଛନ୍ତି।

Death: କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ: ଖୋକସା ଗ୍ରାମରେ ଶୋକାକୁଳ ପରିବେଶ

Read Entire Article
LEFT SIDEBAR AD

Hidden in mobile, Best for skyscrapers.