BJP Leader's Daughter: ନୂଆ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିଯୁକ୍ତିକୁ ହାସ୍ୟାସ୍ପଦ କହିଲେ ବିଜେପି ନେତାଙ୍କ ଝିଅ

3 days ago 1
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିବାଦକୁ ବିଜେପି ନେତାଙ୍କ ପରିବାର ଭିତରୁ ସମର୍ଥନ ମିଳିବାରେ ଲାଗିଛି। ଉତ୍ତର ପ୍ରଦେଶର ଜଣେ ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ବିବାଦ ପାଇଁ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ନୂଆ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଛନ୍ତି।

ବିଜେପିରୁ ଇସ୍ତଫା ଦେଲେ ଶହଜାଦ ପୁନାୱାଲା

ଯଶସ୍ୱିନୀ ସିଜେପି ନେତୃତ୍ବରେ ଛାତ୍ରମାନଙ୍କ ପ୍ରତିବାଦକୁ ସମର୍ଥନ କରିଛନ୍ତି। ଯଶସ୍ବିନୀ ଜଣେ କଣ୍ଟେଣ୍ଟ କ୍ରିଏଟର। ସେ ଉତ୍ତର ପ୍ରଦେଶର ଫତେହପୁର ସଦରର ପୂର୍ବତନ ବିଧାୟକ ବିଜେପି ନେତା ବିକ୍ରମ ସିଂହଙ୍କ ଝିଅ। ନିଟ୍‌ ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍‌ ଓ ଅନ୍ୟାନ୍ୟ ପରୀକ୍ଷା ସମ୍ବନ୍ଧୀୟ ଅନିୟମିତତା ପ୍ରସଙ୍ଗକୁ ନେଇ ତତ୍କାଳୀନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସାରା ଭାରତରେ ଅନୁଷ୍ଠିତ ଜେନ୍‌ ଜେଡ୍‌ ନେତୃତ୍ବାଧୀନ ପ୍ରତିବାଦକୁ ଯଶସ୍ବିନୀ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଜନ୍ତରମନ୍ତରଠାରେ ଜୁନ୍‌ ୨୦ରେ ଛାତ୍ରଙ୍କ ଧାରଣା ଆରମ୍ଭ ହୋଇ ୩୬ ଦିନ ପରେ ଜୁଲାଇ ୨୫ ତାରିଖରେ ପ୍ରଧାନଙ୍କ ଇସ୍ତଫା ପରେ ଶେଷ ହୋଇଥିଲା। ଯଶସ୍ବିନୀ ‘ଅଲ୍‌ ଜଜିରା’କୁ ଏକ ସାକ୍ଷାତକାର ଦେଇ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିବା ସହିତ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଇସ୍ତଫା ପତ୍ରରେ ଲେଖିଥିବା ଭାଷାକୁ କଠୋର ସମାଲୋଚନା କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.