ARTICLE AD BOX
ବ୍ରଜରାଜନଗର: ବେଲପାହାଡ଼ ପୌରପାଳିକାରେ ବିଜୁ ଜନତା ଦଳକୁ ଏକ ବଡ଼ ଝଟକା ଲାଗିଛି। ପୌରପାଳିକାର ଦୁଇ-ତୃତୀୟାଂଶରୁ ଅଧିକ ନିର୍ବାଚିତ କର୍ପୋରେଟର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଉଦ୍ଦେଶ୍ୟ କରି ଏବଂ ଝାରସୁଗୁଡ଼ାଜିଲ୍ଲା ସଭାପତିଙ୍କ ମାଧ୍ୟମରେ ଏହି ଇସ୍ତଫା ପତ୍ର ପ୍ରଦାନ କରାଯାଇଛି। ଏହାସହିତ ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ତୋସିଫ ଆଲମ ମଧ୍ୟ ଇସ୍ତଫା ଦେଇଥିଲେ। ଏନେଇ ଆଜି ବେଲପାହାଡ଼ ପୌର କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେମାନେ ଘୋଷଣା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ନିଲମ୍ବିତ ବରିଷ୍ଠ ସଦସ୍ୟ ହିତେଶ ଠକ୍କର ମଧ୍ୟ ଉପସ୍ଥିତ ଥିଲେ।
Timber Seized: ପିକଅପ ଭ୍ୟାନରୁ ମୂଲ୍ୟବାନ ଶିଶୁ କାଠ ଜବତ
ଇସ୍ତଫା ପତ୍ରରେ କାଉନସିଲରମାନେ ଉଲ୍ଲେଖ କରିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ସେମାନଙ୍କର ଗଭୀର ସମ୍ମାନ ରହିଛି। ଓଡ଼ିଶାର ବିକାଶ ପାଇଁ ତାଙ୍କର ଦୂରଦୃଷ୍ଟି ଏବଂ ଜନସେବା ପ୍ରତି ନିଷ୍ଠା ସେମାନଙ୍କୁ ସର୍ବଦା ପ୍ରେରଣା ଦେଇଛି। କିନ୍ତୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ମଧ୍ୟରେ ଦେଖାଦେଇଥିବା ପରିସ୍ଥିତି ଯୋଗୁଁ ସେମାନେ ଦଳରେ କାର୍ଯ୍ୟ ଜାରି ରଖିପାରୁ ନାହାନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ତୃଣମୂଳ ସ୍ତର ନିର୍ବାଚିତ ପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଛି ଏବଂ ସମ୍ମାନ ଦିଆଯାଉ ନାହିଁ। ଦଳକୁ ମଜଭୁତ କରିବା ଏବଂ ଲୋକଙ୍କ ସେବା କରିବା ପାଇଁ ସେମାନେ ଆନ୍ତରିକ ପ୍ରୟାସ କରିଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଉ ନାହିଁ।
ଅଳକା ମହାନ୍ତିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ
ଇସ୍ତଫା ଦେଇଥିବା କର୍ପୋରେଟରମାନେ ଏହି ସମସ୍ୟା ପାଇଁ ମୁଖ୍ୟତଃ ବ୍ରଜରାଜନଗର ପୂର୍ବତନ ବିଧାୟକ ଅଳକା ମହାନ୍ତିଙ୍କ ନେତୃତ୍ୱ ଏବଂ କାର୍ଯ୍ୟଶୈଳୀକୁ ଦାୟୀ କରିଛନ୍ତି। ସେମାନେ କହିଛନ୍ତି, "ଆମେ ସର୍ବଦା ତାଙ୍କ ପଦବୀକୁ ସମ୍ମାନ ଦେଇଛୁ ଏବଂ ତାଙ୍କ ବିରୁଦ୍ଧରେ କେବେ କାର୍ଯ୍ୟ କରିନାହୁଁ। କିନ୍ତୁ ଦଳୀୟ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଲଗାତାର ଅବହେଳା ଆମକୁ ଗଭୀର ନିରାଶ ଏବଂ ମୋହଭଙ୍ଗ କରିଛି।"
ସେମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତି ନବୀନ ପଟ୍ଟନାୟକ କିମ୍ବା ବିଜେଡିର ଆଦର୍ଶ ବିରୁଦ୍ଧରେ ନୁହେଁ। ବିଶେଷ କରି ହିତେଶ ଠକ୍କରଙ୍କ ନିଲମ୍ବନକୁ ସେମାନଙ୍କୁ ବେଶ ଆଘାତ ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ବେଲପାହାଡ଼ ଦଳ ତାଙ୍କରି ଦିଗଦର୍ଶନରେ କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି।
କେଉଁ କର୍ପୋରେଟର ଦେଲେ ଇସ୍ତଫା?
ଇସ୍ତଫା ଦେଇଥିବା କର୍ପୋରେଟରଙ୍କ ମଧ୍ୟରେ ଅଛନ୍ତି:
ଯୁଧିଷ୍ଠିର ମୁଣ୍ଡା - ୱାର୍ଡ ନଂ 11
ନିକି କାଲୋ - ୱାର୍ଡ ନଂ 12
ଶାନ୍ତି କିଶନ - ୱାର୍ଡ ନଂ 10
ଶକୁନ୍ତଳା ମହନ୍ତ - ୱାର୍ଡ ନଂ 7
ଆଶା ତ୍ରିପାଠୀ - ୱାର୍ଡ ନଂ 17
ସଞ୍ଜୟ ଯାଦବ - ୱାର୍ଡ ନଂ 8
ଜ୍ୟୋତିର୍ମୟୀ ପଟ୍ଟନାୟକ - ୱାର୍ଡ ନଂ 3
ଆର୍ଜିନା ବେଗମ - ୱାର୍ଡ ନଂ 1
କିରଣ ମାରଲ - ୱାର୍ଡ ନଂ 18
ଏବଂ ବେଲପାହାଡ଼ ପୌରପାଳିକାର ଉପାଧ୍ୟକ୍ଷା
ଇସ୍ତଫା ପତ୍ରରେ ସେମାନେ ନବୀନ ପଟ୍ଟନାୟକଙ୍କ ସୁସ୍ଥତା ଏବଂ ଓଡ଼ିଶାର ଜନସେବା ପାଇଁ ତାଙ୍କର ସଫଳତା କାମନା କରିଛନ୍ତି। ଏହି ସାମୁହିକ ଇସ୍ତଫା ପରେ ବେଲପାହାଡ଼ ପୌରପାଳିକାରେ ବିଜେଡିର ସଂଗଠନ ଭୁଶୁଡ଼ି ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

2 weeks ago
9


